ଭିନ୍ନକ୍ଷମଙ୍କ ଉତ୍ପାଦକ ଦଳ ଗଠନ ଓ ବଜାରିକରଣ ତାଲିମ ପ୍ରଦାନ

ପାରଳାଖେମୁଣ୍ଡି, ୨୨ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାରେ ଭିନ୍ନକ୍ଷମମାନଙ୍କୁ ନେଇ ଏକ ଉତ୍ପାଦକ ଦଳ ଗଠନ କରାଯିବା ସହ ସେମାନଙ୍କୁ ବଜାରିକରଣ କରିବା ନିମନ୍ତେ ତାଲିମ ପ୍ରଦାନ କରାଯାଇଛି। ପାରଳାଖେମୁଣ୍ଡି ସହର ଠାରେ ଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର କମ୍ୟୁନିଟି ଡେଭଲପମେଣ୍ଟ(ସିସିଡି) ଆନୁକୁଲ୍ୟରେ ସାଇଟସେର୍ଭସ ସହାୟତାରେ ଭିନ୍ନକ୍ଷମଙ୍କ ନିମନ୍ତେ ଉତ୍ପାଦକ ଗୋଷ୍ଠୀ ଗଠନ ଏବଂ ବଜାରୀକରଣ ନିମନ୍ତେ ଏକ ତାଲିମ ଶିବିର ରାମଗିରି ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜିତ କରାଯାଇଥିଲା। ଏଥିରେ ଆର.ଉଦୟଗିରି ବ୍ଳକର ୪୮ଜଣ ଭିନ୍ନକ୍ଷମ ସଭ୍ୟ/ସଭ୍ୟା ଯୋଗଦେଇ ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗିରି ଆଗ୍ରୋ ପଡକ୍ଟ ପ୍ରୋଡ୍ୟୁସର କମ୍ପାନୀର ଚେୟାରମ୍ୟାନ ବାଣୀ ମଣ୍ଡଳ ଏବଂ ମୁଖ୍ୟ ବକ୍ତା ଭାବେ ଓଡିଶା, ଜୀବିକା ମିଶନର ଦିପ୍ତିରଞ୍ଜନ ରାଉତ ଓ ନରେଶନାଥ ମହାପାତ୍ର ଯୋଗଦେଇ ଉତ୍ପାଦକ ଗୋଷ୍ଠୀ ଗଠନ ସହ ସେମାନଙ୍କର ଉତ୍ପାଦିକା ଦ୍ରବ୍ୟ ଯଥା- ଆମ୍ବ, ସପୁରୀ, ଅଦା, କଦଳୀ, ମାଣ୍ଡିଆ ଇତ୍ୟାଦି ଜିନିଷର ସାମୁହିକ ବଜାରିକରଣ କିପରି ସେସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଅନ୍ୟତମ ତାଲିମଦାତା ଭାବେ ରବିନାରାୟଣ ପାଇକରାୟ ଯୋଗଦେଇ ଦଳର ଗଠନ, ଦଳର ଆବଶ୍ୟକତା, କଣ କାହିଁକି, ଉତ୍ପାଦକ ଦଳ ଗଠନ ଓ ଏହାର ଲାଭ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ଶିବିରକୁ ଅନୁଷ୍ଠାନର ସଂଯୋଜକ ତପନ କୁମାର ପାଣିଗ୍ରାହୀ ଓ ଜଗନ୍ନାଥ ଗମାଙ୍ଗ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *