ଭିତିଭୂମି ଥାଇ ନିର୍ମାଣ ହୋଇପାରୁନି ବଡଚଣା ଆଦର୍ଶ ବିଦ୍ୟାଳୟ:ବାତ୍ୟା ଆଶ୍ରୟ ସ୍ଥଳିରେ ଚାଲିବ ଅସ୍ଥାୟୀ ବିଦ୍ୟାଳୟ

ଯାଜପୁର, ୨୧/୪(ଓଡିଆ ପୁଅ/ମାନସ ରାଉତ):ଗୁଣାତ୍ମକ ଶିକ୍ଷାକୁ ଅଧିକ ଲୋକାଭିମୂଖି କରିବା ଏବଂ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପାଇଁ ରାଜ୍ୟ ସରକାର ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ ମାତ୍ର ବଡଚଣା ବ୍ଲକରେ ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇପାରୁନାହିଁ କେବଳ ଫଳକରେ ସିମିତ ଥିବା ଦେଖିବାକୁ ମିଳିଛି। ଫଳରେ ଶିକ୍ଷାରମ୍ଭକୁ ନେଇ ଆଶା ଆଶଙ୍କାରେ ପଡିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ଚଳିତ ଶିକ୍ଷା ବର୍ଷରେ ଏଠାରେ ଶିକ୍ଷାରମ୍ଭ ହେବାର ଆକଳନ କରାଯାଉଥିଲେ ମଧ୍ୟ ନିର୍ମାଣ କାମ ଆଦୌ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ବର୍ଷ ରାଜ୍ୟ ସରକାର ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ବଡଚଣା ବ୍ଲକର ବଡଚଣା ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ନିକଟରେ ଆବଶ୍ୟକ ଜମି ଅଧିଗ୍ରହଣ ହୋଇଥିଲା। ପରେ ଗତ ୨୮.୬.୧୭ରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ଯାଜପୁର ଜିଲାପାଳ ଏଠାରେ ନୂତନ ଗୃହ ନିର୍ମାଣ ପାଇଁ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାଜପୁର ଜିଲାରେ ଥିବା ୧୦ଟି ବ୍ଲକ ମଧ୍ୟରୁ ୫ଟି ବ୍ଲକରେ ଚଳିତ ବର୍ଷଠାରୁ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ବଡଚଣା ବ୍ଲକରେ ଆଦର୍ଶ ବିଦ୍ୟାଳୟ ନୂତନଗୃହ ନିର୍ମାଣ କାମ ଆରମ୍ଭ ହୋଇନଥିବା ଦେଖିବାକୁ ମିଳିଛି। ଟାଟା କମ୍ପାନୀ ଏହି ନୂତନ ଗୃହ ନିର୍ମାଣ କରିବା ଦାୟିତ୍ୱରେ ଥିବା କୁହାଯାଉଥିବା ବେଳେ କମ୍ପାନୀ ପକ୍ଷରୁ କେବଳ ଗୋଟିଏ ଫଳକ ଲଗାଯାଇ ନିର୍ମାଣ କାମରେ ଏକ ପ୍ରକାର ସ୍ଥାଣୁତା ସୃଷ୍ଟିହୋଇଥିବା ଦେଖାଯାଇଛି। ୨୦୧୭-୧୭ ଆର୍ଥିକ ବର୍ଷରେ ସରକାରଙ୍କ କ୍ରିଟିକାଲ ଗ୍ୟାପ ଫଣ୍ଡରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଚିହ୍ନଟ ଜମିକୁ ପୋତି ଦିଆଯାଇଥିବା ବେଳେ ଅନ୍ୟ କୌଣସି କାମର ଅଗ୍ରଗତି ହୋଇନଥିବା ଦେଖାଯାଇଛି। ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ଏବଂ ବିଶେଷ କରି ଗୁଣାତ୍ମକ ଶିକ୍ଷାକୁ ଅଧିକ ଲୋକାଭିମୁଖି କରିବା ଉର୍ଦେଶ୍ୟରେ ରାଜ୍ୟ ସରକାର କରିଥିବା ପ୍ରୟାସ ବଡଚଣା ବ୍ଲକରେ ସଠିକଭାବେ ଆଗେଇ ପାରୁନଥିବା ବେଳେ ଏହି ଯୋଜନା ଆଗାମୀ ଦିନରେ କିରୂପ ନେବ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଠିକରିଛି। ବଡଚଣା ଆଦର୍ଶ ବିଦ୍ୟାଳୟ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି ପ୍ରଶାସନ କହୁଥିବା ବେଳେ ବାସ୍ତବରେ ଏହି ପ୍ରକ୍ରିୟା ଆଦୌ ଅଗ୍ରଗତି କରିପାରୁ ନଥିବା ଦେଖାଯାଇଛି। ଆବଶ୍ୟକ ଜମି ସହ ଆବଶ୍ୟକ ଭିର୍ତ୍ତିଭୂମି ଥାଇମଧ୍ୟ ନିର୍ମାଣ କାମ ଆରମ୍ଭ ହେଉନଥିବାରୁ ସରକାରଙ୍କ ଯୋଜନା ଉପରେ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। ଗତକିଛି ଦିନ ତଳେ ବଡଚଣା ମହାବିନାୟକ ବିଦ୍ୟାୟନର ବାର୍ଷିକ ଉତ୍ସବରେ ବିଧାୟକ ଅମର ପ୍ରସାଦ ଶତପଥୀ ଓ ବଡଚଣା ମଣ୍ଡଳ ଶିକ୍ଷାଧିକାରିଣୀ ସସ୍ମିତା ସାହୁ ଯୋଗେଦେଇ ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ବିଳମ୍ବ ହେତୁ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳିରେ ଅସ୍ଥାୟୀ ଭାବେ ଆଦର୍ଶ ବିଦ୍ୟାଳୟ ଚାଲୁ କରିବାକୁ ସ୍ପଷ୍ଟ କରିବା ସହ ଗୃହକୁ ବୁଲି ଦେଖିଥିଲେ।

Leave a Reply

Your email address will not be published. Required fields are marked *