ଜିଲ୍ଲା ପରିକ୍ରମା

ଭିତର ସେବାୟତ ନିଯୋଗ ସ୍ୱାସ୍ଥ୍ୟ ସେବା ଶିବିର

ପୁରୀ, ୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସରକାର ସେବାୟତ ମାନଙ୍କ ଉନ୍ନତି ତଥା କଲ୍ୟାଣ ପାଇଁ ସ୍ୱତନ୍ତ୍ର ଯୋଜନା କରିବା ଦରକାର। ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ସହ ଆଦର୍ଶ ଓ ଚରିତ୍ରବାନ ବ୍ୟକ୍ତି ପ୍ରସ୍ତୁତ ହେଲେ ଆଦର୍ଶ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ମତ ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆନନ୍ଦନନ୍ଦା ଟ୍ରଷ୍ଟ ପ୪ରୁ ଭିତର ସେବାୟତ ନିଯୋଗ ପରିସରରେ ଆୟୋଜିତ ସ୍ୱାସ୍ଥ୍ୟସେବା ଶିବିରକୁ ଉଦଘାଟଟନ କରି ଗଜପତି କହିଲେ ଯେ ସେବକ ସମାଜର ଉନ୍ନତି କଳ୍ପେ ଅନେକ କାର୍ଯ୍ୟ କରାଯାଇଛି। ସେବାୟତ ପିଲାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ନିଯୋଗ ଅନେକ କାର୍ଯ୍ୟ କରୁଛି। ଆଦର୍ଶ ସେବକ ନିର୍ମାଣ ଦ୍ୱାରା ଆଦର୍ଶ ମନ୍ଦିର ସମ୍ଭବ। ମହାପ୍ରଭୁଙ୍କ ସେବାପୂଜା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସେବକଙ୍କ ପ୍ରଥମ କାର୍ଯ୍ୟ। ସେବକ ମାନଙ୍କର ପୂର୍ଣ୍ଣାଙ୍ଗ ଉନ୍ନତି ହେବା ଦରକାର। ଚରିତ୍ର ନିର୍ମାଣ ସେବକଙ୍କ ପ୍ରଧାନକର୍ତବ୍ୟ ହେବା ଦରକାର। ପ୍ରତ୍ୟେକଙ୍କୁ ଆଦର୍ଶ ସେବକ ହେବା ପାଇଁ ଦୈବିକ ମୂଲ୍ୟବୋଧ ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି। ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସେବକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିବା ଦରକାର। ସେବକଙ୍କ ଉନ୍ନତି ନହେଲେ ଶ୍ରୀମନ୍ଦିର ଉନ୍ନତି ଅସମ୍ଭବ ବୋଲି ସେ ମତ ଦେଇଥିଲେ। ଭିତର ସେବାୟତ ନିଯୋଗର ସଭାପତି ତଳୁଛ ନିଳକଣ୍ଠ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିଉଦଘାଟନୀ ଉତ୍ସବରେ ଡଃ ଅମୀୟ ମହାପାତ୍ର, ଡଃ ଶୁଭେନ୍ଦୁ ମହାପତ୍ର, ଡଃ ବସନ୍ତ ବେହେରା, ଡଃ ସୁଜିତ ମହାପାତ୍ର, ଡଃ ଶିବ ସୁନ୍ଦର ସିଂହାରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଝାଜଂପୀଠ ମଠାଧୀା ସଚିଦାନନ୍ଦ ଦାସଜୀ ମହାରାଜ, ନେବଳମଠାଧୀଶ ଡ। ରାମଚରଣ ଦାସ, ବଳଦେବ ସିଂହାରୀ ପ୍ରମୁଖ ସମ୍ମାନିତ ଅତିଥୀ ଭାବେ ଯୋଗ ଦାନ କରିଥିବା ବେଳେ ଡଃ ତୁଳସୀ ଓଝା, ଟ୍ରଷ୍ଟି ସଭ୍ୟ ଡଃ ଦ୍ୱିଲ୍ଲିପ ଓଝା ପ୍ରମୁଖ ଉପସ୍ଥିତ ଥିଲେ। ଭିୀତର ସେବାୟତ ନିଯୋଗର ସଂପାଦକ ରବିଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତାରେ ରମେଶ କୁମାର ମହାନ୍ତି, ଦିପ୍ତୀମୟୀ ସାହୁ, ବାଦଲ ଖଯୋଇ, ମାନସ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାାରେ ସହଯୋଜିତା କରିଥିଲେ। ପରେ ଗଜପତି ମହାରାଜା ସ୍ୱାସ୍ଥ୍ୟ ସେବା ଶିବିରକୁ ବୁଲି ଦେଖିଥିଲେ। ଏହି ୪ ଦିନିଆ ସ୍ୱାସ୍ଥ୍ୟ ସେବା ଶିବିରରେ ଲୋକମାନଙ୍କୁ ବିଭିନ୍ନ ରୋଗର ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top