ଭିଡିଓ ଭାଇରାଲ ଘଟଣାରେ ୨ ଗିରଫ

କେନ୍ଦ୍ରାପଡା ୧୧/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାରେ ବିଭିନ୍ନ ସମୟରେ ଯୁବକ ଓ ଯୁବତୀଙ୍କ ଅଶ୍ଳିଳ ଭିଜୁଆଲ ହ୍ୱାଟସପ ମାଧ୍ୟମରେ ଭାଇରାଲ ହେଉଥିବା ଘଟଣାରେ ଡେରାବିଶ ଥାନା ପୋଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ଡେରାବିଶ ପଲିଟେକନିକରେ ପଢୁଥିବା ଜନୈକ ଛତ୍ରୀ ଜଣେ ଯୁବକକୁ ଭଲପାଉଥିଲେ । ତାଙ୍କ ସହିତ ଛାତ୍ରୀ ଜଣଙ୍କର ଏକ ଦୁର୍ବଳ ମୁହୁର୍ତ୍ତର ସମ୍ପର୍କକୁ ରେକଡିଂ କରି ସେହି ରେକଡିଂ ଭିଜୁଆଲକୁ ହ୍ୱାଟସଅପ ଦ୍ୱାରା ଭାଇରାଲ କରାଯାଇଥିବା ସମ୍ପୃକ୍ତ ଯୁବତୀଙ୍କ ଅଭିଯୋଗକୁ ଆଧାରକରି ଡେରାବିଶ ଥାନା ପୋଲିସ ୩୩/୨୦୧୮ରେ ଏକ ମାମଲା ରୁଜୁ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଠଗଡ ଅଞ୍ଚଳର ଜଣେ ଓ ନିକିରାଇ ଥାନା ଅଞ୍ଚଳର ଜଣେ ଯୁବକକୁ ଗିରଫ କରିଥିବା କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜିବଲୋଚନ ପଣ୍ଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *