କୋରାପୁଟ

ଭିଡିଓ କନଭେରେନ୍ସ ମାଧ୍ୟମରେ ସୁବାଇ ପଂଚାୟତର ୯ ଗୋଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କୋରାପୁଟ ; ତା୧୧-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ସୁବାଇ ପଂଚାୟତର ୯ ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବିନ ପଟନାୟକ ଅନୁମୋଦନ ଦେଇଛନ୍ତି ।ସୁବାଇ ପଂଚାୟତର ଲକ୍ଷ୍ମଣ ନାୟକ ହାଇସ୍କୁଲ ପରିସରରେ ଭିଡିଓ କନଭେରେନ୍ସ ମାଧ୍ୟମରେ ସଂରପଚ ରାମଚନ୍ଦ୍ର ପାଢୀ ପ୍ରଥମେ ପଂଚାୟତର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ।ଦୁସୁରାଠାରେ ଗୋଷ୍ଠୀ କେନ୍ଦ୍ର ,ବିଲାପୁଟ ଜଗନ୍ନଥ ମନ୍ଦିରଠାରେ ବିଶ୍ରାମଗୃହ , ତଳଦୁସୁରାରେ ଗୋଷ୍ଠୀ କେନ୍ଦ୍ର ,କୁଲବ ଆଦିବାସୀ ସାହିଠାରେ ଗୋଷ୍ଠୀ କେନ୍ଦ୍ର , କୁଲବ ଗୁଣ୍ଠାପୁଟଠାରେ ମିଶନଶକ୍ତି କେନ୍ଦ୍ର , ଆଡମୁଣ୍ଡାଠାରେ ଯୁବଗୋଷ୍ଠୀ କେନ୍ଦ୍ର , ସୁବାଇ ଜୈନ ମନ୍ଦିରରେ ବିଶ୍ରାମଗୃହ , ସୁବାଇ ବନ୍ଧ ନିକଟରେ ଗାଧୁଆ ଘର , ଲୁହାବା ଉପରସାହିଠାରେ ଯୁବ ଗୋଷ୍ଠୀ କେନ୍ଦ୍ର ପ୍ରମୁଖ ୯ ଟି ପ୍ରକଳ୍କକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ଅନୁମୋଦନ କରିଥିଲେ ।ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଉକ୍ତ ପ୍ରକଳ୍ପର ନାମ ଗୁଡାକ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ଝିନ୍ନ ହିକକା , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପଡାଲ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଦେବେନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ , ଶିକ୍ଷା , କୃଷି , ଉଦ୍ୟାନ , କଫି , ମୂର୍ତିକା ସଂରକ୍ଷଣ , ପ୍ରାଣୀ ଚିକିସôା ପ୍ରଭୃତି ଉନ୍ନୟନମୂଳକ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା ଓ ୩ ଜଣ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ସୁବାଇ ପଂଚାୟତର ୯ ଟି ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀ ୪୯ ଲକ୍ଷ ଟଙ୍କା ମଂଜୁରୀ କରିଥିବାରୁ ଜିଲ୍ଲାବସୀ ତଥା ପଂଚାୟତବାସୀଙ୍କ ତରଫରୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲା ପାଗୀଂ ମୁଖ୍ୟମନ୍ତ୍ରୀକୁଂ ସାଧୁବାଦ ଜଣେଇଥିଲେ ।କୋରାପୁଟ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡାକ୍ତର ଲଲିତ ମୋହନ ରଥ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର , ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ , କଫି ବୋର୍ଡ ଏପିଡି ଡ. ଦାୟାନିଧି ବାଗ ,ସେମିଲିଗୁଡା ବିଡିଓ ତ୍ରୀନାଥ ମାଝି , ସେମିଲିଗୁଡା ବ୍ଲକ ଅଧ୍ୟକ୍ଷ ଦିନେଶ ଖରା ପ୍ରମୁଖ ଉପସ୍ଥିତ ଥିଲେ ।ସୁବାଇ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କିଶୋର ମିଶ୍ର , ମାର୍କଣ୍ଡ ପାଢୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ଟି କେ ପଟେଲ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top