ଭିଜିଲଲାନ୍ସ ଜାଲରେ କଳାହାଣ୍ଡିର ଦୁଇ ପୋଲିସ ଅଧିକାରୀ

କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପାଣ୍ଡା) କଳାହାଣ୍ଡି ଜିଲ୍ଲାର ବଣପାହାଡ ଘେରା ଅଂଚଳ କେଗାଁ ଥାନାର ଆଇଆଇସି ଓ ଏଏସଆଇ ଏକ ଘଟଣାର ସମାଧାନ କରିଦେବା ପାଇଁ ଜନୈକ ବ୍ୟକ୍ତଙ୍କ ଠାରୁ ୧୫ଶହ ଟଙ୍କା ଲାଂଚ ନେଉଥିବା ସମୟରେ ଗତ ବୁଧବାର ଦିନ ଭବାନୀପାଟଣା ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୩୧ ତାରିଖରେ କୌଣସି ଘଟଣାକୁ ନେଇ ମକରାଗୁଡା ଗ୍ରାମର ଗଙ୍ଗା ନାଗଙ୍କ ଛେଳି ସେହି ଗ୍ରାମର ବେଳରସେନ ସାହୁଙ୍କ ଅମଳ ହୋଇଥିବା ବିରି ଖାଇଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଗଣ୍ଡଗୋଳ ହୋଇଥିଲା । ଏ ସଂପର୍କରେ ବେଲାର କେଗାଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଅନୁଯାୟୀ ଏଏସଆଇ ଟଙ୍କଧର ବୁଦ୍ଧିଆ ଗଙ୍ଗାକୁ ଥାନାକୁ ଡାକି ଆପୋସ ସମାଧାନ ପାଇଁ ୪ହଜାର ଟଙ୍କା ଦାବୀ କରିବା ସହ ଟଙ୍କା ନେଲେ ଗିରଫ କରି କୋର୍ଟ ଫରୱାର୍ଡ କରିଦେବେ ବୋଲି ଧମକଦେଇଥିଲେ । ଗଙ୍ଗା ଜଣେ ଗରିବ ଚାଷୀ ହୋଇଥିବାରୁ ୪ହଜାର ଦେଇପାରିବ ନାହିଁ ବୋଲି କାକୁତି ମୀନତି ହେବା ପରେ ୩ହଜାର ଟଙ୍କା ଦେବା ପାଇଁ ଚୁକ୍ତି ହୋଇଥିଲା । ଗତ ୧ତାରିଖରେ ଗଙ୍ଗା ଏଏସଆଇ ବାବୁଙ୍କୁ ୧୫ଶହ ଟଙ୍କା ଦେଇଥିଲେ । ବାକି ଟଙ୍କା ତୁରନ୍ତ ଦେବାକୁ ଏଏସଆଇ ଗଙ୍ଗାକୁ ବାରମ୍ବାର ଯମକ ଦେଉଥରଲେ । ଶେଷରେ ଅନ୍ୟ ଉପାୟ ନପାଇ ଗଙ୍ଗା ଭବାନୀପାଟନା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲା । ଭିଜିଲାନ୍ସ ବିଭାଗ ଏହି ଘଟଣାର ସତ୍ୟା ସତ୍ୟ ଜାଣିପାରି ଗଙ୍ଗାକୁ କେମିକାଲ ମିଶା ୩ଟି ୫ଶହ ଟଙ୍କିଆ ନୋଟ ଦେବାକୁ କହିଥିଲେ । ଭିଜିଲାନ୍ସ ବିଭାଗ ଅନୁସାରେ ଗଙ୍ଗା କେମିକାଲ ମିଶା ନୋଟ କେଗାଁ ଥାନା ଭିତରେ ଏଏସଆଇ ଟଙ୍କଧର ବୁଦ୍ଧିଆଙ୍କୁ ଦେଇଥିଲେ । ଟଙ୍କଧର ସେହି ୩ଟି ନୋଟ ମଧ୍ୟରୁ ଗୋଟିଏ ନୋଟ ଆଇଆଇସି ସମୀର ରାଉତଙ୍କୁ ଦେଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ଥାନା ନିକଟରେ ଭିଜିଲାନ୍ସ ଡିଏସପି ସତ୍ୟାନ ମହାନନ୍ଦ ଓ ରାୟଗଡା ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀ ମାନେ ଚଢାଉ କରି ଏଏସଆଇଙ୍କ ଠାରୁ ୨ଟି ୫ଶହ ଟଙ୍କିଆ ନୋଟ ଜବତ କରିବା ସହିତ ଅନ୍ୟ ଗୋଟିଏ ୫ଶହ ଟଙ୍କିଆ ନୋଟ ଆଇଆଇସି ସମୀର ରାଉତଙ୍କୁ ଦେଇଥିବା ଟଙ୍କ କହିବା ପରେ ଭିଜିଲାନ୍ସ ଅଧିକାରୀ ମାନେ ଆଇଅଅଇସି ଚାମ୍ବରକୁ ଯିବା ବେଳେ ସମୀର ରାଉତ ଭୟରେ ସେହି ୫ଶହ ଟଙ୍କିଆ ନୋଟକୁ ପାଟିରେ ପୁରାଇ ଚୋବାଇ ଖାଇ ଦେଇଥିଲେ । କିନ୍ତୁ ଭିଜିଲାନ୍ସ ଅଧିକାରୀ ମାନେ ସମୀରଙ୍କ ହାତ ଓ ଟଙ୍କା ରଖିଥିବା ଶାର୍ଟ ପକେଟରେ ଯାଂଚ କରିବା ପରେ ସେ ଟଙ୍କା ରଖିଥିବା ଜଣା ପଡିଥିଲା । ଏପରିକି କେମିକାଲ ବୋଲା ନୋଟ ଚୋବାଇବା ବେଳେ ତାଙ୍କ ପାଟି ମଧ୍ୟ ନାଲି ପଡିଯାଇଥିଲା ।
ଭବାନୀପାଟଣା ଭିଜିଲାନ୍ସ କେସ ନଂ.୪୭/୨୦୧୭ ଅନୁଯାୟୀ ଏକ କେଶ ରୁଜ୍ଜୁ କରି କେଗାଁ ଆଇଆଇସି ସମୀର ରାଉତ ଓ ଏଏସଆଇ ଟଙ୍କଧର ବୁଦ୍ଧିଆ ଙ୍କୁ ଗିରଫ କରି ତଦନ୍ତ ଚାଲୁ ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *