ଜିଲ୍ଲା ପରିକ୍ରମା

ଭିଜାଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରିକ୍ଷକ

ଖଡିଆଳ/ନୂଆପଡା-୭.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):- ନୁଆପଡା ଜିଲ୍ଲା ଖଡିଆଳ ତହସିଲ ଅଧିନରେ ଥିବା ବରଗାଁ ରାଜସ୍ୱ ନିରିକ୍ଷକ ଜଣେ ହିତାଧିକାରୀ ଙ୍କ ଠାରୁ ଲାଂଚ ନେଉଥିବା ବେଲେ ଧରାପଡି ଜେଲ ଯାଇଥିବା ଦେଖିବାକୁ ମିଳିଛି । ସୁଚନାରୁ ପ୍ରକାଶ ଖଡିଆଳ ତହସିଲ ବରଗାଁ ରାଜସ୍ୱ ନିରିକ୍ଷକ ଭାବେ ଗତ ମାସେ ରୁ କମ ହେବ ବଦଲି ହୋଇ ଆସି କାମ କରନ୍ତି କିଶୋର କୁମାର ନାଏକ । ହେଲେ କମ ସମୟ ବରଗାଁ ରାଜସ୍ୱ ନିରିକ୍ଷକ ଭାବେ କାମ କରିଥିଲେ ମଧ୍ୟ ଲାଂଚ ନେବାରେ ଧୁରନ୍ଧର ଥିବା ଚର୍ଚ୍ଚା ହେଉଥିଲା । ପ୍ରକାଶ ଥାଉକି ଏହି ବରଗାଁ ରାଜସ୍ୱ ଗ୍ରାମ ଅଧିନରେ ଥିବା ଘରଧାରା ଗ୍ରାମର ମୁରଲିଧର ରଣା ତାଙ୍କର ଗୋଟିଏ ଜମିଜମା କେଶ ଥିଲା । ଖଡିଆଳ ତହସିଲ ଦାର ବରଗାଁ ରାଜସ୍ୱ ନିରିକ୍ଷକ ଙ୍କୁ ଏହି ୧୪୪ ଧାରା କେଶ ର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ରାଜସ୍ୱ ନିରିକ୍ଷକ ଶ୍ରୀ ରଣା ଙ୍କ ଠାରେ କାମ କରିବା ଆଗରୁ ୧୦ ହଜାର ଟଙ୍କା ଲାଂଚ ଦେଲେ ଯାଇ କାମ ଶିଘ୍ର ହେବ ନ ହଲେ ଶିଘ୍ର ହୋଇ ପାରିବ ନାହିଁ ବୋଲି କହିଥିଲେ । ଯାହାଫଳରେ କାମ ନକରିବା ପୁର୍ବରୁ ୧୫ ଶହ ଟଙ୍କା ଅଗ୍ରିମ ଦେଇଥିଲେ । ଅଗ୍ରିମ ଦେଲା ପରେ ମଧ୍ୟ ରାଜସ୍ୱ ନିରିକ୍ଷକ କାମ କରିବା ପାଇଁ ଗଲେ ନାହିଁ । ସବୁ ଟଙ୍କା ଦିଅ ନହେଲେ କାମ କରିବା ପାଇଁ ଯିବି ନାହିଁ ବୋଲି କହିବାରୁ ଶ୍ରୀ ରଣା ନୁଆପଡା ଭିଜିଲାନ୍ସ ର ସାହାର୍ଯ୍ୟ ନେଇଥିଲେ । ନୁଆପଡା ଭିଜିଲାନ୍ସ ଆଗରୁ ଛକି ରହି ଶ୍ରୀ ରଣା ଙ୍କ ଠାରୁ ୩୫୦୦ ଟଙ୍କା ଲାଂଚ ନେଉଥିବା ବେଲେ ଧରାପଡିଥିଲେ । ନୁଆପଡା ଭିଜିଲାନ୍ସ ରାଜସ୍ୱ ନିରିକ୍ଷକ କିଶୋର କୁମାର ନାଏକ ଙ୍କୁ ଗିରଫ କରି ନୁଆପଡା କୁ ନେଇଯାଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top