ଜିଲ୍ଲା ପରିକ୍ରମା

ଭିଏସଏସୟୁଟିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଉତ୍ସସ୍ତରୀୟ ବିଶେଷଜ୍ଞ ଦଳ

ସମ୍ବଲପୁର, ୪/୮ (ଓଡ଼ିଆ ପୁଅ) – ର୍ୟାକିଙ୍ଗ ବୃଦ୍ଧି ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ-ଭିଏସଏସୟୁଟିକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଏକ ବିଶେଷଜ୍ଞ ଦଳ ପରିଦର୍ଶନ କରିଛନ୍ତି। ଗତକାଲି ସୁଦ୍ଧା ଏମାନେ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଦୁଇ ଦିନ ଧରି ପରୀକ୍ଷା ନିରୀକ୍ଷା କରିଥିଲେ। ଆୟୋଗର ବିଶ୍ୱବିଦ୍ୟାଳୟକୁ ମିଳିଥିବା ମାନ୍ୟତା ବାର (ଖ)ର ସମ୍ପ୍ରସାରଣ ଉପରେ ମୁଖ୍ୟତଃ ଏହି ପରିବର୍ତ୍ତନ ପର୍ଯ୍ୟବେଷିତ ହୋଇଥିଲା। ଏହି ଦଳରେ ପ୍ରଫେସର ପ୍ରେମ କୁମାର କାଲ୍ରା ଅଧ୍ୟକ୍ଷ ରହିଥିବା ବେଳେ ପ୍ରଫେସର ସଚିନ ଏନ୍. ଦେଶମୁଖ ଏବଂ ଶ୍ରୀ ସତୀଶ କୁମାର ସଦସ୍ୟ ରହିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ଅଟଳ କୁମାର ଚୌଧୁରୀ ଏହି ବିଶେଷଜ୍ଞ ଦଳକୁ ସ୍ୱାଗତ କରିବା ସହିତ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ସଫଳତା ବାବଦରେ ତଥ୍ୟ ଉପସ୍ଥାପନ କରିଥିଲେ। ୨୦୧୨ରେ ଏହାକୁ ବାର (ଖ) ମାନ୍ୟତା ପ୍ରଦାନ କରାଯାଇଥିଲା। ସେ ସମୟରେ ଆୟୋଗ ପକ୍ଷରୁ ଧାର୍ଯ୍ୟ ସମସ୍ତ ବିଷୟକୁ ଭିଏସଏସୟୁଟି କାର୍ଯ୍ୟକାରୀ କରିଥିବା ଜଣାପଡ଼ିଛି। ଏ ବାବଦରେ ବିଭିନ୍ନ ବିଭାଗର ଡିନ୍ ପ୍ରବୀଣ କୁମାର କର, ବିଭିନ୍ନ ବିଭାଗର ମୁଖ୍ୟ, କୁଳସଚିବ, ଆୟୋଗର ବିଶେଷଜ୍ଞ ଦଳ ସହ ଆଲୋଚନା କରିଥିଲେ। ପ୍ର. କାଲରା ଓ ଅନ୍ୟ ସଦସ୍ୟମାନେ ଅଧ୍ୟାପକ, ଅଫିସର ଏବଂ ଛାତ୍ରଛାତ୍ରୀମାନଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ଶେଷରେ ଅନୁଷ୍ଠିତ ଏକ ବୈଠକରେ ପ୍ର. କାଲରା ଭିଏସଏସୟୁଟିର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ବୋଲି ଜଣାପଡ଼ିଛି। ଏଥିରେ କୁଳପତି ଡ. ଚୌଧୁରୀ, ପ୍ର. ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପ୍ର. ବିଭୂତି ଭୂଷଣ ପତି, ପ୍ର. ପ୍ରଦୀପ କୁମାର ଦାଶ, ପ୍ର. ଶରତ କୁମାର ସ୍ୱାଇଁ, ପ୍ର. ପ୍ରକାଶ କୁମାର ହୋତା, ଅମରନାଥ ନାୟକ, ଉପଦେଷ୍ଟା ଦେବଦତ୍ତ ମିଶ୍ର ପ୍ରମୁଖ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top