ଭାଲୁ କାମୁଡାରେ ମହିଳା ଗୁରୁତର

ପାଟଣା, ତା୨୨/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଗୋପପୁର ଗ୍ରାମରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣକ ଗ୍ରାମର କୁନୁ ନାୟକ ଙ୍କ ସ୍ତ୍ରୀ ଲାବଣ୍ୟବତୀ ନାୟକ(୩୦)। ଲାବଣ୍ୟବତୀ ପାଖ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ ୨ଟି ବଣୁଆ ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ରେ ତାଙ୍କ ହାତରେ ଗୁରୁତର ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *