ଭାଲୁ କାମୁଡାରେ ଚିକିତ୍ସିତ ବୃଦ୍ଧଙ୍କ ଗୋଡ କଟାଗଲା

କୋରାପୁଟ ୨୧/୦୭ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବୃଦ୍ଧଙ୍କର ବାମ ଗୋଡ କଟା ଯାଇଛି। ବୃଦ୍ଧ ଜଣକ ହେଲେ ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଜାମଗୁଡା ଗ୍ରାମର ଆଶାରାମ ମାଝି(୬୫)। କିଛି ଦିନ ପୂର୍ବେ ବାହାରକୁ ଶୌଚ ପାଇଁ ଯାଇଥିବା ସମୟରେ ଆଶାରାମ ଭାଲୁ ହାବୁଡରେ ପଡି ଗୁରୁତର ଆହତ ହୋଇଥିଲେ। ଭାଲୁ ଆଶାରାମଙ୍କ ବାମଗୋଡର ଆଣ୍ଠୁ ତଳକୁ କାମୁଡି ଖାଇ ଯାଇଥିଲା। ସମସ୍ତ ଚେଷ୍ଟା ସତ୍ୱେ ଠିକ ନହେବାରୁ ତାଙ୍କ ଗୋଡର ଆଣ୍ଠୁ ତଳକୁ କାଟି ଦିଆ ଯାଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *