ଓଡ଼ିଶା

ଭାଲୁ ଆର୍କମଣରେ ଯୁବକ ଗୁରୁତର,ସାଙ୍ଗମାନଙ୍କ ସାହାସିକତା ପାଇଁ ଜୀବନ ବଞ୍ଚିଲା

ହରିଚନ୍ଦନପୁର,ତା୧୨ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣାପଳାଶପାଳ ବନବିଭାଗ ଅଧୀନସ୍ଥ ସୁନାପେଣ୍ଠ ଗ୍ରାମ ପଞ୍ଚାୟତର ତୁରୁଙ୍ଗି ଜଙ୍ଗଲରେ ଭାଲୁ ଆର୍କମଣରେ ଯୁବକ ଜଣଙ୍କ ଗୁରୁତର ହୋଇପଡିଛନ୍ତି । ସୂଚନା ଅନୁଯାୟୀ ରବିବାର ଦିନ ତୁରୁଙ୍ଗି ଗ୍ରାମର ଜଟିଆ ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନ(୨୧) ମଇଁଷି ଚରାଇବା ପାଇଁ ନିକଟସ୍ଥ କୁରାଢିଖୁଣ୍ଟି ଜଙ୍ଗଲକୁ ଯାଇଥିଲେ । ସଙ୍ଗରେ ଉକ୍ତ ଗ୍ରାମର ବସନ୍ତ ପ୍ରଧାନ ଓ ଟାଙ୍ଗରା ଜୁଆଙ୍ଗ ଯାଇଥିଲେ । ଦିନ ୨ଟା ସମୟରେ ମଇଁଷି ଚରାଉଥିବା ବେଳେ ଅଚାନକ ଏକ ଭାଲୁ ସଞ୍ଜୟକୁ ଆର୍କମଣ କରିଥିଲା । ସାଙ୍ଗରେ ଥିବା ସାଙ୍ଗମାନେ ହାତରେ ଧରିଥିବା ବାଡିରେ ଭାଲୁକୁ ପିଟିବାରୁ ଭାଲୁଟି ଜଙ୍ଗଲ ମଧ୍ୟକୁ ଦୈାଡି ପଳାଇଥିଲା । ସାଙ୍ଗମାନଙ୍କ ସାହାସିକତା ପାଇଁ ସଞ୍ଜୟଙ୍କର ଜୀବନ ବଞ୍ଚିଗଲା । ସଙ୍ଗେ ସଙ୍ଗେ ସଞ୍ଜୟକୁ ଏକ ଅଟୋରିକ୍ସାରେ ଗୁରୁତର ଅବସ୍ଥାରେ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ସଞ୍ଜୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବାର ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top