ତୁରୁମୁଙ୍ଗା ୭-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ବଡ଼ ଗମ୍ଭାରୀଆ ଗ୍ରାମର ରାଘବ ଦେହୁରୀ (୫୫) ଆଜି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ରାଘବ ଆଜି ଦିନ ୧୦ ଟା ବେଳେ ଗାଁ ନିକଟରେ ଥିବା କାଜୁ ଜଙ୍ଗଲକୁ ବଳଦ ଚରାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶୀକାର ହୋଇଥିବା ଜଣା ପଡ଼ିଛି। (ପ୍ରତିକାତ୍ମକ ଫଟୋ)

Loading...