ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଖଡିଆଳ/ନୂଆପଡା-୧୮.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ବ୍ଲକ ବରପଦର ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଖଡିଆଳ ସ୍ଥିତ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମତେ ବରପଦର ଗ୍ରାମର ଅନ୍ୟ ୨ ଜଣ ମହିଲାଙ୍କ ସହ ହେମବତୀ ବେହେରା(୨୫) ନାମ୍ନି ମହିଳା ଶୌଚ ପାଇଁ ନିକଟସ୍ଥ କେନାଲକୁ ଯାଇଥିଲେ । ଏହି ସମୟରେ ଜମିରେ ବୁଲୁଥିବା ଏକ ବଣୁଆ ଭାଲୁ ତାଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା । ମହିଳାଙ୍କ ଚିକôାର ଶୁଣିବା ପରେ ସ୍ଥାନୀୟ ଲୋକେ ଭାଲୁକୁ ଘଉଡାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ପରେ ଖଡିଆଳ ସ୍ଥିୁତ ଉପଖଣ୍ଡ ଡାକ୍ତରଖାନାରେ ଚିକିସôା ପାଇଁ ଭର୍ତ୍ତି କରିଛନ୍ତି ।

Leave a Reply

Your email address will not be published. Required fields are marked *