Home ଓଡ଼ିଶା ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ : ବନ ବିଭାଗ ପକ୍ଷରୁ ପଦକ୍ଷେପ ନ ନେବା...

ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ : ବନ ବିଭାଗ ପକ୍ଷରୁ ପଦକ୍ଷେପ ନ ନେବା ନେଇ ଅସନ୍ତୋଷ

212

ବଲାଙ୍ଗୀର, ୨୫-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୃତ୍ୟୁ ମୁହଁରୁ ଜୀବନ ଫେରି ପାଇଛନ୍ତି ରବିନ୍ଦ୍ର ପ୍ରଧାନ। ଜଙ୍ଗଲରେ ଗାଈ ଚରାଇବା ବେଳେ ଝାମ୍ପି ନେଇଥିଲା ଭାଲୁ। ଭଗବାନଙ୍କ ଆଶିର୍ବାଦରୁ ବଞ୍ଚି ଯାଇଛି ଜୀବନ। ଡାକ୍ତରଖାନାରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରବିନ୍ଦ୍ର।

ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ଜଣେ ଯୁବକ ମଙ୍ଗଳବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ରବୀନ୍ଦ୍ର ପ୍ରଧାନ (୨୨)। ନିକଟସ୍ଥ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ସେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମ୍ୟାଡ଼ିକଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଇ ଥିଲେ।

ଅପରପକ୍ଷେ ଏହି ସ୍ଥାନରେ ଭାଲୁ ବୁଲାବୁଲି କରୁଥିବା ନେଇ ଗ୍ରାମବାସୀ ବନ ବିଭାଗକୁ ଅବଗତ କରିଥିଲେ। ବନ ବିଭାଗ କର୍ମଚାରୀ ମାନଙ୍କ ଅଣ ଦେଖା ନିତି ଯୋଗୁଁ ଏପରି ଘଟଣା ଘଟିଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.