ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

ହରିଚନ୍ଦନପୁର, ତା ୦୪.୦୧(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବରେଇଗୋଡା ଗ୍ରାମପଞ୍ଚାୟତର ରେବଣା ଗ୍ରାମର ଘାସିରାମ ପୃର୍ତ୍ତିକୁ ଭାଲୁ କାମୁଡି ଗୁରୁତର କରିଛି। ସୂଚନା ନେବାରୁ ଜଣାପଡିଛି ଯେ ଘାଶିରାମ ବୁଧବାର ଦିନ ୨.୩୦ମିନିଟ ସମୟରେ ଘର ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଛେଳି ଚରାଇବା ସମୟ ଏକ ଭାଲୁ ଆକ୍ରମଣ କରିଥିଲା ଫଳରେ ଘାସିରାମ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଘାସିରାମ ଛେଳି ଛାଡ଼ି ଘରେ ପହଞ୍ଚି ଯାଇଥିଲେ। ଗୁରୁତର ଅବସ୍ଥା ଦେଖି ପରିବାର ଲୋକ ସଙ୍ଗେ ସଙ୍ଗେ ଅଟୋରିକ୍ସା ଯୋଗେ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା, ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାରୁ ଚିକିତ୍ସାକୁ କଡାକଡି କରାଯାଇଥିବାର ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *