ଓଡ଼ିଶା

ଭାଲୁ ଆକ୍ରମଣରେ ଗୁରୁତର ପ୍ରତି ପ୍ରଶାସନର ଅବହେଳା ନେଇ ତୀବ୍ର ଅସନ୍ତୋଷ

ଟିଟିଟିଲାଗଡ ୨୭-୪ (ଓଡ଼ିଆ ପୁଅ) ଥାନା ଅନ୍ତର୍ଗତ ବାଗ୍ ଡେର ଗ୍ରାମର ଜଣେ ବ୍ୟକ୍ତିକୁ ଜଙ୍ଗଲରୁ ଚାଲି ଆସିଥିବା ଭାଲୁ ଆକ୍ରମଣ କରି ଗୁରୁତର କରିଦେଇଥିଲା। ଉକ୍ତ ଆକ୍ରାନ୍ତ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଟିଟିଲାଗଡ ଓ ପରେ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟ ଓ ସେଠୁ ବୁର୍ଲା ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଅତି ଗୁରୁତର ଥିବା ଯୋଗୁଁ ଡାକ୍ତର କଟକକୁ ସ୍ଥାନାନ୍ତର କରିଥିଲେ। ହେଲେ ପରୀତାପର ବିଷୟ ଉକ୍ତ ବାଗ୍ର ଗ୍ରାମର ଦିନ ମଜୁରିଆ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ସୁନୁ ଆଡ଼ଜୁଏଟ (52) ନାମକ ବ୍ୟକ୍ତିକୁ ପ୍ରଶାସନ ତରଫରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। ତାଙ୍କର କେହି ସାହା ଭରସା ନ ଥିବା ବେଳେ ଡାକ୍ତର ଦାମିକା ଔଷଧ ଇଜେକସନମାନ ଡାକ୍ତର ଦେବାକୁ ପରାମର୍ଶ ଦେଉ ଥିବା ବେଳେ ସେ ଆର୍ଥିକ ଦୁରବସ୍ଥା ଯୋଗୁଁ କିଣି ପାରୁନାହାନ୍ତି। ଜଙ୍ଗଲ ବିଭାଗକୁ ଏ ନେଇ ପଚାରିବାରୁ ସେ ଚିକିତ୍ସା ପରେ ବିଲ୍ ଦେଲେ ଉକ୍ତ ଟଙ୍କl ମିଳିବ ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇ ଯାଇଥିବା ସହ ଶରୀରରେ ଗୁରୁତର ଆଘାତ ହୋଇଛି। ଏ ନେଇ ପ୍ରଶାସନ ତରଫରୁ ଚିକିତ୍ସା ସହାୟତା ପ୍ରଦାନ କରିବା ବଦଳରେ କିଛି ଖବର ନ ରଖି ଥିବା ବେଳେ ଜଙ୍ଗଲ ବିଭାଗର ଅବହେଳା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ମୃତ୍ୟୁ ସହ ଗତ ଅଠର ତାରିଖରୁ ସଂଘର୍ଷ କରି ଚିକିତ୍ସାଧୀନ ଏହି ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ପରିବାର ଲୋକେ ଗୁହାରି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top