ଭାଲୁଆକ୍ରମଣରେ ଜଣେ ଗୁରୁତର

ଘଟଗାଁ, ୯/୦୯(ଭବାନୀ ପ୍ରସାଦ)- ଘଟଗାଁ ଥାନା ଅନ୍ତର୍ଗତ କୁଣ୍ଡାପୀଠା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହାତ ହୋଇ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି। ଗରୁତର ଆହାତ ହୋଇଥିବା ବୃଦ୍ଧ ହେଲେ ଗ୍ରାମର କନ୍ଦର୍ପ ନାଏକ। ଆଜି ସକାଳେ କନ୍ଦର୍ପ ସୌଚ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତି କରାଇଛନ୍ତି। ବର୍ତମାନ ତାଙ୍କ ସ୍ୱସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *