ଭାରସାମ୍ୟ ହରାଇ ସୁଇପ୍ଟ କାର ଧକ୍କା ଦେଲା ଶାଳ ଗଛରେ, ଘଟଣାସ୍ଥଳରେ ୪ ମୃତ ୧ ଗୁରୁତର

କେନ୍ଦୁଝର, ତା ୩୧ ଜୁଲାଇ, (ଓଡିଆ ପୁଅ/ପ୍ରେମାନନ୍ଦ ଦାସ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ସଦରଥାନା ଅନ୍ତର୍ଗତ ମୈଦାନକେଲ ନିକଟସ୍ଥ ସରାଦପୁର ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସୁଇପ୍ଟ କାର ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହେଇଛି। ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସହ ଜଣେ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ଜଣାପଡିଛି। ସୂଚନା ମୁତାବକ ବିଳମ୍ବିତ ରାତିରେ କାର ଯୋଗେ ରାଇରଙ୍ଗପୁର ଠାରୁ ସତସଙ୍ଗ ସାରି ଫେରୁଥିବା ବେଳେ କୈଣସି କାରଣରୁ ମୈଦାନକେଲ ଜଙ୍ଗଲ ନିକଟରେ ଭାରସାମ୍ୟ ହରାଇ ଏକ ଶାଳଗଛ ଧକ୍କା ଦେଇଥିବାର ଜଣାପଡିଛି। ସ୍ଥାନୀୟ ଲୋକମାନେ ଘଟଣା ଦେଖିବା ପରେ ସଙ୍ଗେ ସଙ୍ଗେ କେନ୍ଦୁଝର ଦମକଳ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ କେନ୍ଦୁଝର ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କୁ ଉଦ୍ଧାର କରି ନେଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି। ଖବର ଅନୁଯାୟୀ ମୃତକ ବ୍ୟକ୍ତି ହେଲେ କେନ୍ଦୁଝର ମାଇନିଂ କଲେଜର ଅଧ୍ୟକ୍ଷ ତୀର୍ଥବାସୀ ପରିଡା, ଗୌତ୍ତମ ବିକାଶ ସାହୁ, ପ୍ରଶାନ୍ତ କୁମାର ପାତ୍ର, ରାଜେଶ୍ବର କାରୁ ବୋଲି ଜଣାପଡ଼ିଛି। ସେଠାରେ ୪ଜଣଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିବା ସହ ଜଣଙ୍କର ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବାର ଜଣାପଡିଛି। ଏଥିସହ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *