ଓଡ଼ିଶା

ଭାରସାମ୍ୟ ହରାଇ ବୋଲେର ଖସିଲା ପୋଲ ତଳକୁ ଅଳ୍ପକେ ବର୍ତିଲେ ଚାଳକ ଓ ସାଥି

ହରିଚନ୍ଦନପୁର,ତା ୦୨ ସେପ୍ଟେମ୍ବର (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଠାରୁ ମନୋହରପୁର ରାସ୍ତାର କଲେଜ ଛକ ନିକଟରେ ଥିବା ମୂଷଳ ନଦୀ ପୋଲ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିଲା ବୋଲେର ଗାଡି ଅଳ୍ପକେ ବର୍ତିଲେ ଚାଳକ ଓ ସାଥି । ଖବର ନେବାରୁ ଜଣାପଡିଛି ଯେ ଗୁରୁଚାନ୍ଦ ଚାତାର ନାମରେ ଥିବା (ଓଆର ୦୫ ଏ କେ ୩୨୦୩) ନମ୍ବରର ବୋଲେର ଦୁର୍ଘଟଣାଗ୍ରସ୍ତ ହେଇଛି । କେନ୍ଦୁଝର ନିକଟସ୍ଥ ସୁଆକାଠି ଅଞ୍ଚଳର ଚିକୁ ମହାନ୍ତି (୨୧) ଓ ବିପିନି ସାହୁ(୨୭) କୌଣସି କାମରେ କଟକ ଯାଇଥିଲେ ସେଠାରୁ ଫେରିବା ସମୟରେ ଦୁର୍ଘଟଣା ଘଟିଛି, ସେମାନଙ୍କ ମଧ୍ୟରୁ କିଏ ଚାଳକ ଅସ୍ପଷ୍ଟ ରହିଛି । ସେଠାରୁ ଫେରୁଥିବା ବେଳେ ରାତି ୧ଟା ୨୦ମିନିଟ୍ ସମୟରେ ଆଖି ଲାଗିଯିବା ଫଳରେ ବୋଲେରଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବାର ଜଣାପଡିଛି । ବୋଲେରଟି ଖସିପଡିବାର ସାଉଣ୍ଡ ଓ ବଞ୍ଚାଅ ବଞ୍ଚାଅ ପାଟି ଶୁଣି ନିକଟରେ ଥିବା ଶିଶୁ ମନ୍ଦିରରେ ଚାଲିଥିବା ଆରଏସ୍ଏସ୍ କ୍ୟାମ୍ପର କର୍ମକର୍ତ୍ତାମାନେ ଦୌଡି ଯାଇ ଦେଖିଥିଲେ । ବୋଲେର ଗାଡି ମଧ୍ୟରୁ ଲୋକମାନଙ୍କ ପାଟି ଶୁଣିବା ପରେ ଆରଏସ୍ଏସର ଡମ୍ବରୁଧର ମହାନ୍ତ ସଙ୍ଗେ ସଙ୍ଗେ ଦମକଳ କାର୍ଯ୍ୟାଳୟକୁ ଯାଇ ଘଟଣା ବାବଦରେ ଜଣାଇଥିଲେ । ଡମ୍ବରୁଧରଙ୍କ ଠାରୁ ଘଟଣା ବାବଦରେ ଜାଣିବା ପରେ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କ ସହ ସାଥିଙ୍କୁ ଉଦ୍ଧାର କରିଥିଲେ ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବାର ବିଭାଗ ପକ୍ଷରୁ ସୂଚନା ମିଳିଛି । ନଦୀଟିରେ ବର୍ଷା ପାଣି ଅଧିକ ମାତ୍ରାରେ ପ୍ରଭାହିତ ହେଉଥିବାକୁ ନେଇ ବୋଲର ମଧ୍ୟରେ ଥିବା ବ୍ୟକ୍ତିମାନେ ବଞ୍ଚି ଯାଇଥିଲେ । ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରଟିକୁ ନିଜ ଅକ୍ତିଆରକୁ ନେଇଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top