ଭାରସାମ୍ୟ ହରାଇ, ବାଇକ ଆରହୀ, ଯୁବକର ମୃତ୍ୟୁ

କୋରପୁଟ:୨୧/୩ (ଓଡ଼ିଆପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡା ଗ୍ରାମ ରଥା ଖଣ୍ଡି ନିକଟ ବୁଲାଣିଠାରେ ଭାରସାମ୍ୟ ହରାଇ ବିଲ ଭିତରକୁ ଛିଟିକି ପଡିବାରୁ ବାଇକ ଆରହୀ ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କିରାଣ୍ଡଳ-ବିଶାଖାପାଟଣା କେକେ ଟ୍ରେନ ଲାଇନରେ କାମ କରୁଥିବା ରୟାଲ କମ୍ପାନୀର ଜେସବି ମେସିନ ଚାଳକ ବୋଲି ଜଣା ପଡିଛି। ମୃତ ଯୁବକଙ୍କର ନାମ ମୁନା (୨୫)ଓଡ଼ି୧୦ ଜି ୩୯୧୮ ବାଇକରେ କାମ ସାରି ବାଲଡାଠାରୁ ପାଳିବା ପେରୁଥିବାବେଳେ ବାଲଡା ରଥଖଣ୍ଡି ନିକଟରେ ଭାରସାମ୍ୟ ହରାଇ ଏହି ଘଟଣା ଘଟିଛି। ଆଜି ସକାଳେ ଏହି ରାସ୍ତାରେ ଯିବା ଆସିବା ଲୋକଙ୍କ ନଜରରେ ଆସିଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିରହିଥିଲା। ଖବର ପାଇ ପଡୁଆ ଥାନା ପୋଲିସ ପହଞ୍ଚି ଶବ ଓ ବାଇକ ଜବତ କରିଛି।

Leave a Reply

Your email address will not be published. Required fields are marked *