ଓଡ଼ିଶା

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ହରିଚନ୍ଦନପୁର, ତା ୧୮ ଜୁଲାଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମର ଧୃର୍ବଚରଣ ନାଏକଙ୍କ ପୁଅ ପ୍ରଶାନ୍ତ କୁମାର ନାଏକ(୨୪) କୌଣସି କାମରେ ବ୍ରାହ୍ମଣୀପାଳକୁ ନିଜ ସମ୍ପର୍କୀୟକୁ ଛାଡିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ଦାନ୍ତୁଆଣୀ ଘାଟି ନିକଟରେ କୈାଣସି କାରଣରୁ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାପଡିଛି। ଦୁର୍ଘଟଣା ହେବା ଫଳରେ ପ୍ରଶାନ୍ତ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଥିବାର ଦେଖି ସେଠାରୁ ଯାତାୟତ କରୁଥିବା ଜଣେ ଯୁବକ ହରିଚନ୍ଦନପୁର ଦମକଳ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତକୁ ଗୁରୁତର ଅବସ୍ଥାରେ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାକୁ ନେଇ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top