ଓଡ଼ିଶା

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଶିକ୍ଷକ ଗୁରତର

ହରିଚନ୍ଦନପୁର,ତା ୧୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
କୌଣସି କାରଣକୁ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଶିକ୍ଷକ ଗୁରୁତର । ସୂଚନା ମୁତାବକ ମନୋହରପୁର ହାଇସ୍କୁଲର ଇଂରାଜୀ ଶିକ୍ଷକ ମୁରଲୀଧର ମହାନ୍ତ ନିଜ ଘର ବିନିଦା ଗ୍ରାମକୁ ନିଜ ବାଇକ୍ ଯୋଗେ ଫେରୁଥିବା ସମୟରେ କୌଣସି କାରଣରୁ ପିଟାପିଟି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଇଛନ୍ତି । ଦୁର୍ଘଟଣାଟି ଅନୁମାନ କରାଯାଉଛି କି ସଂନ୍ଧ୍ଯା ୭.୩୦ସମୟ ମଧ୍ୟରେ ଘଟିଛି । ଦୁର୍ଘଟଣା ଘଟିବା ଫଳରେ ମୁରଲୀଧର ଗୁରୁତର ଅବସ୍ଥାରେ ରାସ୍ତା କଡ଼ର ଜଙ୍ଗଲ ମଧ୍ୟରେ ପଡିଥିଲେ । ବଣୁଆ ହାତୀ ଗ୍ରାମ ନିକଟକୁ ଧାନ ଖାଇବା ପାଇଁ ଆସୁଥିବାର ଖବର ପାଇ ପିଟାପିଟି ଗ୍ରାମର ଲୋକମାନେ ଉକ୍ତ ରାସ୍ତା ଦେଇ ଯାଉଥିଲେ । ଯାଉଥିବା ସମୟରେ ମୁରଲୀଧରଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦେଇ କେନ୍ଦୁଝର ଜିଲ୍ଲା ବିଜୁ ଯୁବ ବାହିନୀ ସଭାପତି ରାଜା ଚକ୍ର ଯାଉଥିଲେ । ମୁରଲୀଧରଙ୍କୁ ଗୁରୁତର ଅବସ୍ଥାରେ ଦେଖି ତାଙ୍କ ନିଜ ଗାଡି ଯୋଗେ ତାଙ୍କୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାର ଜଣାପଡିଛି । ପ୍ରାଥମିକ ଚିକିତ୍ସା ଚାଲିବା ପରେ ତାଙ୍କର ଦୁଇଟି ଯାକ ଗୋଡ଼ ଭାଙ୍ଗିଯାଇଥିବାର ଜଣାପଡିଥିଲା । ଗୋଡ଼ ଦୁଇଟିକୁ ପଟି କରି ସଙ୍ଗେ ସଙ୍ଗେ ୧୦୮ ଯୋଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top