ଓଡ଼ିଶା

ଭାରସାମ୍ୟ ହରାଇ ଟ୍ରାକ୍ଟର ରାସ୍ତା କଡକୁ ଖସି ଦୁର୍ଘଟଣାଗ୍ରସ୍ତ,  ଘଟଣାସ୍ଥଳରେ ଟ୍ରାକ୍ଟରରେ ଚାପି ହୋଇ ଚାଳକର ମୃତ୍ୟୁ

ହରିଚନ୍ଦନପୁର, ତା ୪ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୈଷମଣ୍ଡଳୀ ନିକଟରେ ରବିବାର ଦିନ ୧୨.୩୦ମିନିଟ ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟରରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରାକ୍ଟର ଚାଳକ ଜଣଙ୍କ ବଡଶିଆଡିମାଳ ଗ୍ରାମର କୁସୁନୁ ମୁଣ୍ଡାଙ୍କ ପୁଅ ସାନଙ୍ଗି ମୁଣ୍ଡା(୨୦) ବୋଲି ଜଣାପଡିଛି। ଖବର ଅନୁଯାୟୀ (ଓଡି ୦୯ ଡି ୩୬୪୧) ନମ୍ବର ଟ୍ରାକ୍ଟରଟି ବୈଷମଣ୍ଡଳୀ ଗ୍ରାମର ବିଜୟ ମହାନ୍ତଙ୍କର ବୋଲି ଜଣାପଡିଛି। ରବିବାର ଦିନ ସକାଳ ସମୟରେ ଉକ୍ତ ଗ୍ରାମର ଚୈତନ୍ୟ ମହାନ୍ତଙ୍କ ଠାକୁରପଡା ଗ୍ରାମ ନିକଟସ୍ଥ ରେମାଳ ସାହି ନିକଟରେ ଥିବା ବିଲରୁ ଘରକୁ ଧାନ ଆଣିବା ପାଇଁ ଟ୍ରାକ୍ଟରଟି ଯାଇଥିଲା। ସେଠାରୁ ଗୋଟିଏ ଟ୍ରିପ୍ ଧାନ ବୋଝେଇ କରି ବୈଷମଣ୍ଡଳୀ ଚୈତନ୍ୟଙ୍କ ଘରେ ଖାଲି କରି ପୁଣି ଆଉ ଥରେ ବୋଝେଇ କରିବା ପାଇଁ ଯାଉଥିବା ବେଳେ ଅଧା ରାସ୍ତାରେ କୈାଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟିବା ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟର ମଧ୍ୟରେ ଚାପି ହୋଇ ଚାଳକଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି।ଘଟଣା ବାବଦରେ ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚ ଟ୍ରାକ୍ଟର ସହ ଚାଳକଙ୍କ ମୃତ ଶରୀରକୁ ଜବତ କରି ନିଜ ଅକ୍ତିଆରକୁ ନେବା ସହ ଶବଟିକୁ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି। ଏଥି ସହ ଘଟଣାର ଅଧିକ ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ଅଧିକରୁ ଅଧିକ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top