ଓଡ଼ିଶା

ଭାରସାମ୍ୟ ହରାଇ ଟ୍ରକ ଏବଂ ବସ ମଧ୍ୟରେ ଧକ୍କା: ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ୍ଵ ଯାତ୍ରୀ

ତୁରୁମୁଙ୍ଗା ୨୭ ମଇ (ଓଡ଼ିଆ ପୁଅ/ ସନ୍ତୋଷ ପତି) କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବମ୍ବେ କଲିକତା ରୋଡ଼ର ବେଲଦା ଘାଟିରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁତ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ୪୦ ରୁ ଉର୍ଦ୍ଧ୍ବ ଯାତ୍ରୀ। କରଞ୍ଜିଆରୁ କେନ୍ଦୁଝର ଅଭିମୁଖେ OR 11 J 6845 ନମ୍ବର ବିଶିଷ୍ଟ ଦିବ୍ୟଜାନ ନାମକ ଏକ ଯାତ୍ରୀବାହି ବସ ଯାଉଥିବା ବେଳେ କେନ୍ଦୁଝର ପଟୁ WB 23 D 6033 ନମ୍ବର ବିଶିଷ୍ଟ ମାଲ ବୋଝେଇ କରି ଯାଇଥିବା ୧୨ ଚକିଆ ଗାଡିଟି ଭାରସାମ୍ୟ ହରାଇ ବସକୁ ସାଇଡ ମାରିଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ବସ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ବଳରେ ୪୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ତେବେ ପ୍ରତକ୍ଷ୍ୟ ଦର୍ଶୀଙ୍କ କହିବା ମୁତାବକ ଟ୍ରକ ଡ୍ରାଇଭର ଜଣକ ଗାଡି ଚଳାଇଥିବା ବେଳେ ଧୂମ୍ରପାନ କରୁଥିବାରୁ ଅନ୍ୟ ମନସ୍କ ହୋଇ ଏପରି ଘଟଣା ଘଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top