ଓଡ଼ିଶା

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍,ଜଣେ ମୃତ ଜଣେ ଗୁରୁତର

ତୁରୁମୁଙ୍ଗା ତା୧୬ ଅଗଷ୍ଟ(ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବାରିଆ ଠାରୁ ଉଖୁଣ୍ଡା ରାସ୍ତାର ଜଙ୍ଗଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଗଛରେ ପିଟି ହେବାରୁ ଘଟଣା ସ୍ଥଳରେ ବାଇକ ଆରୋହି ଭୁଲୁଦା ଗ୍ରାମର ଅନିଲ ମାଝୀ(୩୦)ଙ୍କର ମୃତ୍ୟ ଘଟିଛି। ପଛରେ ଥିବା ସାନ ନେଉଳି ଗ୍ରାମ ର ବାବୁଲି ମହାନ୍ତ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବାରିଆ ପୋଲିସ୍ ଉଖୁଣ୍ଡା ମେଡିକାଲ ଭର୍ତ୍ତି କରିଛି। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ୧୦୮ ସାହାର୍ଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ (ଓଡି ୦୯ ଜେ ୨୩୫୦) ନମ୍ବର ବିଶିଷ୍ଟ ହିରୋ ସ୍ପେଲଣ୍ଡର ମୋଟରସାଇକେଲ ରେ ଦୁଇଜଣ ବାରିଆ ଠାରୁ ଉଖୁଣ୍ଡା ଅଭିମୁଖେ ଯାତ୍ରା କରୁଥିଲେ। ଉକ୍ତ ମୋଟରସାଇକେଲଟି କୌଣସି କାରଣକୁ ନେଇ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଘଟିବାର ଖବର ପାଇ ବାରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top