ଓଡ଼ିଶା

ଭାରସାମ୍ୟ ହରାଇ ସାଇକେଲ ଆରୋହୀ ପଡିଲେ ୩୦ଫୁଟ ପୋଲ ତଳକୁ, ଆରୋହୀ ଗୁରୁତର

ହରିଚନ୍ଦନପୁର ତା ୦୫.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିିଚନ୍ଦନପୁର ଥାନା ଅନ୍ତର୍ଗତ ଧଗୋଠ ଗ୍ରାମର କୃଷ୍ଣ ମୁଣ୍ଡା (୨୮) ଭାରସାମ୍ୟ ହରାଇ ୩୦ଫୁଟ ମୁଷଳ ନଦୀ ପୋଲ ପଡି ଗୁରୁତର ହୋଇଛନ୍ତି। ଶୁକ୍ରବାର ଦିନ ସଂନ୍ଧ୍ଯା ୬ଟା ୩୦ମିନିଟ ସମୟରେ ସାଇକେଲରେ ଭାରସାମ୍ୟ ହରାଇ ପୋଲ ତଳକୁ ପଡି ଗୁରୁତର ହେଇଛନ୍ତି। ସୂଚନା ମୁତାବିକ୍ ଏହି ଘଟଣା ଦେଖି ନିକଟରେ ଥିବା ଲୋକମାନେ ଦମକଳ ବାହିନୀକୁ ଫୋନ କରିଥିଲେ ଫୋନ ଯୋଗେ ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବାର ଜଣାପଡିଛି। କୃଷ୍ଣ ଶୁକ୍ରବାର ସାପ୍ତାହିକ ହାଟରୁ ଘରକୁ ଫେରୁଥିବା ଅବସ୍ଥାରେ କୈଣସି କାରଣ ଭାରସାମ୍ୟ ହରାଇ ହରିଚନ୍ଦନପୁର ବାଇପାସ୍ ରେ ଥିବା ମୁଷଳ ନଦୀ ପୋଲ ତଳକୁ ଖସିପଡିଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top