ଭାରସାମ୍ୟ ହରଇ ବାଇକରୁ ପଡି ଜଣେ ଗୁରୁତର

ହରିଚନ୍ଦନପୁର ତା ୦୧.୦୧ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମପଞ୍ଚାୟତର ବାଇଲୋବେଡା ଛକ ନିକଟରେ ସୋମବାର ଦିନ ୧୨ଟା ସମୟରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣେ ଗୁରୁତର ହେଇଛନ୍ତି। ସୂଚନା ମୁତାବିକ୍ ବାଇଲୋବେଡା ଗ୍ରାମର ଲୋକନାଥ ମହାନ୍ତ(୨୮) କୌଣସି କାମରେ ଗେହ୍ଲାମୁଣ୍ଡା ଯାଇଥିଲେ। ସେଠାରୁ ଘରକୁ ଫେରିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ବାଇକରୁ ପଡି ଗୁରୁତର ହୋଇଥିଲେ। ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ହରିଚନ୍ଦନପୁର ଦମକଳ ବିଭାଗକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ଖବର ପାଇ ଦମକଳ ବିଭାଗର ଗାଡି ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଲୋକନାଥକୁ ଆଣି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବାର ଜଣାପଡିଛି।

Leave a Reply

Your email address will not be published. Required fields are marked *