ଓଡ଼ିଶା

୨୨୪ ରନରେ ହାରିଲା ୱେଷ୍ଟ ଇଣ୍ଡିଜ୍- ଭାରତ ୨-୧ ରେ ଆଗୁଆ

ମୁମ୍ବାଇ ୨୯-୧୦ (ଓଡ଼ିଆ ପୁଅ) ଓପନର ରୋହିତ ଶର୍ମାଙ୍କର ୧୬୨ ରନର ଜବରଦସ୍ତ ଇନିଙ୍ଗ୍ସ୍ ଏବଂ ଅମ୍ବାତୀ ରାୟଡୁ (୧୦୦)ଙ୍କର ଶତକ ଫଳରେ ଭାରତ ୱେଷ୍ଟ ଇଣ୍ଡିଜ୍ କୁ ଚତୁର୍ଥ ୱାନଡେ ରେ ୨୨୪ ରନ ର ବଡ଼ ଅନ୍ତରରେ ହରାଇଦେଇଛି। ମୁମ୍ବାଇର ବ୍ରେବୋର୍ନ ଷ୍ଟାଡ଼ିୟମରେ ଟସ ଜୀତିକରି ପ୍ରଥମେ ବ୍ୟାଟିଂ କରି ହେଲେ ଭାରତ ୫ ୱିକେଟ ହରାଇ ୩୭୭ ରନର ବିଶାଳ ସ୍କୋର ବନାଇଥିଲା ଏହାର ଜବାବରେ ଇଣ୍ଡିଜ୍ ଟିମ ୧୫୩ ରନ ରେ ଅଲଆଉଟ ହୋଇଯାଇଥିଲା।

ଏବେ ୪ଟି ମ୍ୟାଚ ପରେ ଭାରତ ୨-୧ ରେ ଆଗରେ ଅଛି। ଗୌହାଟୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ଟିମ ଇଣ୍ଡିଆର ବିଜୟ ହୋଇଥିଲା। ତା’ର ପରେ ବିଶାପାଟନମ୍ ମ୍ୟାଚ୍ ଟାଇ ହୋଇଥିଲା ଏବଂ ତୃତୀୟ ମ୍ୟାଚ୍ ରେ ଇଣ୍ଡିଜ ଟିମ ବିଜୟ ଲାଭ କରି ସିରିଜ୍ କୁ ସମ ସ୍ଥାନରେ ରଖିପାରିଥିଲା। କିନ୍ତୁ ସିରିଜ୍ ର ଚତୁର୍ଥ ମ୍ୟାଚ୍ ସୋମବାରଦିନ ମୁମ୍ବାଇ ଖେଳାଯାଇଥିଲା ଏହି ମ୍ୟାଚରେ ଭାରତ ୨୨୪ ରନରେ ହାରିଲା ୱେଷ୍ଟ ଇଣ୍ଡିଜ୍ ସିରିଜ୍ ରେ ଭାରତ ୨-୧ ରେ ଆଗରେ ଅଛି।

ଇଣ୍ଡିଜ୍ ଟିମର ପ୍ରାରମ୍ଭ ଖରାପ ଥିଲା ଏବଂ ତା’ର ୩ଟି ୱିକେଟ ୨୦ ର ସ୍କୋରରେ ପଡ଼ିଯାଇଥିଲା। ଓପନର ଚନ୍ଦ୍ରପଲ ହେମରାଜ, ଶାଇ ହୋପ ଏବଂ କାୟରନ ପାୱେଲ ଶୀଘ୍ର ପାଭିଲିୟନ ଫେରିଯାଇଥିଲେ। ଅଧିନାୟକ ଜେସନ ହୋଲ୍ଡର ଇଣ୍ଡିଜ୍ ଟିମ ପାଇଁ ସବୁଠାରୁ ଅଧିକ ରନ ବନାଇଥିଲେ। ସେ ୫୪ ରନରେ ନଟ୍ ଆଉଟ୍ ଇନିଙ୍ଗ୍ସ୍ ଖେଳିଥିଲେ। ସେ ୭୦ ବଲ୍ ରେ ଗୋଟିଏ ଚୌକା ଏବଂ ୨ଟି ଛକ୍କା ଲଗାଇଥିଲେ।

ଭାରତ ୱାନଡେରେ ରନ ହିସାବରେ ନିଜର ତୃତୀୟ ସବୁଠାରୁ ବଡ଼ ବିଜୟ ଲାଭ କରିଛି। ତା’ ବ୍ୟତୀତ ୱେଷ୍ଟ ଇଣ୍ଡିଜ୍ ର ବିରୁଦ୍ଧରେ ଏହା ୱାନଡେ ବଡ଼ ବିଜୟ ଅଟେ। ଭାରତୀୟ ଟିମ ଏହା ପୂର୍ବରୁ ୱେଷ୍ଟ ଇଣ୍ଡିଜ୍ କୁ ଜାନୁଆରି ୨୦୦୭ ରେ ୧୬୦ ରନର ଅନ୍ତରରେ ହରାଇଥିଲା।

ଏହିପରି ଥିଲା ଇଣ୍ଡିଜ୍ ଟିମର ଇନିଙ୍ଗ୍ସ୍

ଇଣ୍ଡିଜ୍ ଟିମର ଆରମ୍ଭ ଖରାପ ରହିଥିଲା ଏବଂ ତା’ ୩ ୱିକେଟ ୨୦ ର ସ୍କୋର ପର୍ଯ୍ୟନ୍ତ ପଡ଼ିଯାଇଥିଲା। ଅତିଥି ଟିମକୁ ପ୍ରଥମ ଝଟକା ଚନ୍ଦ୍ରପଲ ହେମରାଜ ରୂପରେ ଲାଗିଥିଲା। ହେମରାଜ କୁ ଇନିଙ୍ଗ୍ସ୍ ର ୫ମ ଓଭରରେ ଭୁବନେଶ୍ଵର କୁମାରଙ୍କର ବଲ୍ ରେ ରାୟଡୁ କ୍ୟାଚ ଧରିଥିଲେ। ସେ ୧୬ ବଲରେ ଗୋଟିଏ ଚୌକା ଏବଂ ଗୋଟିଏ ଛକ୍କାର ସାହାଯ୍ୟରେ ୧୪ ରନ ବନାଇଥିଲେ। ଏହି ଓଭରରେ ଶାଇ ହୋପ (୦)ଙ୍କୁ କୁଲଦୀପ ଯାଦବ ରନ ଆଉଟ କରିଥିଲେ। ଆସନ୍ତା ଓଭରରେ କାୟରନ ପାୱେଲ (୪) ଙ୍କୁ ବିରାଟ କୋହଲୀ ରନ ଆଉଟ କରିଥିଲେ।

ଶିମରନ ହେଟମେୟର (୧୩)ଙ୍କୁ ଖଲୀଲ ମୁଖ୍ୟଦ ଶିକାର ବନାଇଥିଲେ। ହେଟମେୟର ୧୧ଟି ବଲରେ ୨ଟି ଚୌକା ମାରିଥିଲେ। ରୋବମ୍ୟାନ ପାୱେଲ (୧)ଙ୍କୁ ଖଲୀଲ ବୋଲ୍ଡ କରିଥିଲେ। ମାର୍ଲୋନ ସାମୁଏଲ୍ସ ୧୮ ରନର ଯୋଗଦାନ ଦେଇଥିଲେ। ସାମୁଏଲ୍ସ ୨୩ଟି ବଲ୍ ରେ ୩ଟି ଚୌକା ଲଗାଇଥିଲେ। ପାଭିଲିୟନନ ଏଲେନ (୧୦) ଙ୍କୁ କୁଲଦୀପ ଯାଦବ ରୋହିତ ଶର୍ମାଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ। କୁଲଦୀପଙ୍କର ବଲ୍ ରେ ଏଶ୍ଲେ ନର୍ସ (୮) ରୋହିତ ଶର୍ମାଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ।

ରୋହିତଙ୍କର ଶତକ

ରୋହିତ ବ୍ରେବର୍ଣ୍ଣ ଷ୍ଟାଡ଼ିୟମରେ ନିଜର ୱାନଡେ କ୍ୟାରିୟରର ୨୧ତମ ଶତକ ମାରିଛନ୍ତି। ସେ ସପ୍ତମ ଥର ୧୫୦ କିମ୍ବା ଏହାଠାରୁ ଅଧିକ ସ୍କୋର ବନାଇଛନ୍ତି। ଅବଶ୍ୟ ଅମ୍ବାତୀ ରାୟଡୁ ମଧ୍ୟ ୧୦୦ ରନର ଶତକୀୟ ଇନିଙ୍ଗ୍ସ୍ ଖେଳିଛନ୍ତି। ରୋହିତ ୱାନଡେ କ୍ୟାରିୟରର ୨୧ତମ ଶତକ ୯୮ ବଲ୍ରେ କରିଥିଲେ। ନିଜର କ୍ୟାରିୟରର ୧୯୨ତମ ୱାନଡେ ମ୍ୟାଚ୍ ଖେଳୁଥିବା ୩୧ ବର୍ଷର ରୋହିତ ଧାୱନଙ୍କ ସାଥିରେ ପ୍ରଥମ ୱିକେଟ ପାଇଁ ୭୧ ରନ ଯୋଡ଼ିଥିଲେ। ଧାୱନ ୪୦ଟି ବଲରେ ୪ଟି ଚୌକା ଏବଂ ୨ଟି ଛକ୍କାର ସହାୟତାରେ ୩୮ ରନର ଯୋଗଦାନ ଦେଇଥିଲେ। ତଥାପି କ୍ୟାପ୍ଟଟେନ ବିରାଟ କୋହଲୀଙ୍କ ସାଥିରେ ରୋହିତ ଦ୍ୱିତୀୟ ୱିକେଟ ପାଇଁ ୩୦ ରନ ଯୋଡ଼ିଥିଲେ।

ରୋହିତ-ରାୟଡୁ ମାରିଥିଲେ ୨୧୧ ରନ

ରୋହିତ ଏବଂ ଅମ୍ବାତୀ ରାୟଡୁ ଇଣ୍ଡିଜ୍ ଟିମର ବୋଲରମାନଙ୍କର ଭଲ ଧୁଲାଇ କରିଥିଲେ। ଦୁଇଜଣ ମିଶିକର ଟିମର ସ୍କୋର ୩୦୦ ପାର ପହଁଚାଇଥିଲେ। ରୋହିତ ଏବଂ ରାୟଡୁ ତୃତୀୟ ୱିକେଟ ପାଇଁ ୨୧୧ ରନର ଭାଗିଦାରୀ କରିଥିଲେ। ରୋହିତ ୧୬୨ ରନର ନିଜର ସ୍କୋରରେ ଏଶ୍ଲେ ନର୍ସଙ୍କର ବଲ୍ ରେ କ୍ୟାଚ ଆଉଟ ହୋଇଥିଲେ। ତାଙ୍କ କ୍ୟାଚ ଚନ୍ଦ୍ରପଲ ହେମରାଜ ଧରିଥିଲେ। ରୋହିତ ୧୩୭ଟି ବଲରେ ନିଜର ଇନିଙ୍ଗ୍ସ୍ ରେ ୨୦ ଚୌକା ଏବଂ ୪ଟି ଛକ୍କା ମାରିଥିଲେ।

ତିନି ବର୍ଷପରେ ରାୟଡୁଙ୍କର ଶତକ

ରାୟଡୁ ୮୧ଟି ବଲରେ ୮ଟି ଚୌକା ଏବଂ ୨ଟି ଛକ୍କାର ସହାୟତାରେ ୧୦୦ ରନ ବନାଇଛନ୍ତି। ସେ ୱାନଡେ କ୍ୟାରିୟରର ତୃତୀୟ ଶତକ ୮୦ଟି ବଲରେ କରିଛନ୍ତି। ରାୟଡୁ ୩ ବର୍ଷ ପରେ ୱାନଡେରେ ଶତକ ମାରିଛନ୍ତି। ସେ ଜୁଲାଇ ୨୦୧୫ ରେ ଜିମ୍ବାୱେ ବିରୁଦ୍ଧରେ ହରାରେରେ ନଟ୍ ଆଉଟ୍ ୧୨୪ ରନଙ୍କର ଇନିଙ୍ଗ୍ସ୍ ଖେଳିଥିଲେ।

ଧୋନୀ ୨୩ ରନରେ ହେଲେ କ୍ୟାଚ ଆଉଟ

ପୂର୍ବଟନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୩ ରନର ନିଜର ସ୍କୋରରେ କ୍ୟାଚ ଆଉଟ ହୋଇଥିଲେ। ତାଙ୍କୁ ରୋଚ ଙ୍କର ବଲ୍ ରେ ହେମରାଜ କ୍ୟାଚ ନେଇଥିଲେ। ଧୋନୀ ୧୫ଟି ବଲରେ ୨ଟି ଚୌକା ଲଗାଇଥିଲେ। କେଦାର ଜାଧବ ଭାରତୀୟ ଇନିଙ୍ଗ୍ସ୍ ର ଶେଷରେ ଚୌକା ମାରିଥିଲେ ଏବଂ ୧୬ ରନର ନଟ୍ ଆଉଟ୍ ଇନିଙ୍ଗ୍ସ୍ ଖେଳିଥିଲେ। ସେ ୭ଟି ବଲରେ ୩ଟି ଚୌକା ମାରିଥିଲେ। ଜାଡେଜା ୭ ରନ ବନାଇ ନଟ୍ ଆଉଟ୍ ରହିଥିଲେ। ସିରିଜ୍ ର ଗତ ତିନୋଟି ୱାନଡେରେ ଶତକ ମାରିଥିବା ବିରାଟ କୋହଲୀ କିଛି ବିଶେଷ କରିପାରିନଥିଲେ ଏବଂ ୧୬ ରନ କରି ରୋଚ ଙ୍କର ବଲ୍ ରେ ୱିକେଟ ପଛରେ କ୍ୟାଚ ଆଉଟ ହୋଇଥିଲେ। ବିରାଟ ୧୭ଟି ବଲରେ ୨ଟି ଚୌକା ଲଗାଇଥିଲେ।

ରୋହିତ-ଶିଖରଙ୍କ ଯୋଡି ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସହୱାଗଙ୍କର ଯୋଡ଼ିକୁ ପଛରେ ଛାଡ଼ିଲେ

ଓପନର ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କର ଓପନିଂ ଯୋଡ଼ି ଭାରତର ଦ୍ୱିତୀୟ ସବୁଠାରୁ ସଫଳ ଓପନିଂ ଯୋଡ଼ି ବନିପାରିଛନ୍ତି ଏବଂ ଦୁନିଆରେ ସେ ଚତୁର୍ଥ ନମ୍ବରରେ ଆସିପାରିଛନ୍ତି। ସେ ସଫଳ ଯୋଡ଼ି ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସହୱାଗଙ୍କର ଯୋଡ଼ିକୁ ପଛରେ ପକାଇଛନ୍ତି। ସେହୱେଗ ଏବଂ ସଚିନ ୨୦୦୨-୨୦୧୨ ମଧ୍ୟରେ ୯୩ଟି ୱାନଡେ ଇଣ୍ଟରନ୍ୟାସନାଲ ଇନିଙ୍ଗ୍ସରେ ୪୨.୧୩ ପ୍ରତିଶତ ହାରରେ ୩୯୧୯ ରନ ବନାଇଥିଲେ। ତାଙ୍କ ମଧ୍ୟରେ ୧୨ଟି ଶତକୀୟ ଏବଂ ୧୮ଟି ଅର୍ଧଶତକୀୟ ପାର୍ଟନରସିପ୍ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top