ଜିଲ୍ଲା ପରିକ୍ରମା

ଭାରତ ମୁକ୍ତି ସଂଗ୍ରାମର ଅନ୍ୟତମ ଯୋଧ୍ୟା ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ବିୟୋଗ : ବିଭିନ୍ନ ମହଲରେ ଶୋକ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭାରତ ମୁକ୍ତି ସଂଗ୍ରାମ ଇତିହାସର ଅନ୍ୟତମ ଯୋଦ୍ଧା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ଜନସେବକ ତଥା ସାହିିତି୍ୟକ ଗୌରଚନ୍ଦ୍ର ମହାପାତ୍ରଙ୍କର ଆଜି ସନ୍ଧ୍ୟା ୫.୫୫ ମିନିଟ୍ରେ ଚିକିସôାଧୀନ ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରେ ଦେହାନ୍ତ ହୋଇଛି । ସ୍ୱର୍ଗତଃ ମହାପାତ୍ର “ବନେ୍ଦ ଉକôଳ ଜନନୀ” ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁତ୍ର ଅଟନ୍ତି । ତାଙ୍କର ମୃତୁ୍ୟବେଳକୁ ୧୦୪ ବର୍ଷ ହୋଇଥିଲା । ସେ ବୟସାଧିକ ରୋଗରେ ପୀଡିତ ହୋଇ ୫ଦିନ ହେବ ଜିଲା ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଥିଲେ । ତାଙ୍କର ମୃତୁ୍ୟ ଖବର ପାଇ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ରାଜ୍ୟ ବିଜେପି ଉପସଭାପତି ବିଷ୍ଣୁ ସେଠୀ, ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ, ଡାକ୍ତର ପ୍ରଦୀପ ନାୟକ,  ପୌରପାଳ ମାନସ ମହାନ୍ତି, ପୂର୍ବତନ ବିଧାୟକ ନରେନ୍ ପଲେଇ, ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ଅଜୟ ନାୟକ, ସଂଜୀବ ମଲ୍ଲିକ, ଅଭିମନୁ୍ୟ ସେଠୀ, ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, କାଉନ୍ସିଲର ଦୁର୍ଗା ଦାସ, ବିଜେପି ନେତା ଜଗନ୍ନାଥ ଦାସ, ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମର ଶରୀର ନିକଟରେ ପହଞ୍ଚô ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ତାଙ୍କର ମୃତୁ୍ୟ ଖବର ପାଇ ସାଂସଦ ଅର୍ଜୁନ ଚରଣ ସେଠୀ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ୟୋମକେଶ ରାଉତରାୟ, ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ବିଜେଡି ଉପସଭାପତି ଅସିତ୍ ପଟ୍ଟନାୟକ, ଜିଲାପାଳ ଜ୍ଞାନ ଦାସ, ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ସାମ୍ବାଦିକ ଭଜଗୋବିନ୍ଦ ଜେନା, ନିହାର ଦାସ, ପ୍ରମୋଦ ରାୟ, ପ୍ରତାପ ଦାସ, ସ୍ମୃତିରଂଜନ ସାହୁ, ରବିନାରାୟଣ ଖିଲାର, ହରିହର ନାୟକ, ତପନ ମିଶ୍ର, ତପନ ସ୍ୱାଇଁ, ପି୍ରୟଦର୍ଶିନୀ ବୋଇତି, ପାର୍ଥସାରଥୀ ନାୟକ, ସର୍ବେଶ୍ୱର ନାଥ, ଚାରୁଦତ୍ତ ନାୟକ, ଜ୍ଞାନ ପାଣି, ଅବିନାଶ ପଣ୍ଡା, ଗୌରହରି ନାୟକ, ଅପୂର୍ବ ବେହେରା, ବିଭୁ ବେହେରା, ସମ୍ବିତ ନାୟକ  ପ୍ରମୁଖ ସ୍ୱର୍ଗତ ମହାପାତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।  ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ୯ ପୁଅ-ବୋହୂ, ୪ ଝିଅ-ଜ୍ୱାଇଁଙ୍କ ମଧ୍ୟରୁ ଗୁରୁକଲ୍ୟାଣ ମହାପାତ୍ର, ପ୍ରଭୁକଲ୍ୟାଣ ମହାପାତ୍ର, ଗୋପୀକଲ୍ୟାଣ ମହାପାତ୍ର, ବାଣୀକଲ୍ୟାଣ ମହାପାତ୍ର ଓ ଉମାକଲ୍ୟାଣ ମହାପାତ୍ରଙ୍କ ସମେତ ଡ. ମନୋରଂଜନ ମହାନ୍ତି, ଡାକ୍ତର ବିକାଶ ମହାନ୍ତିଙ୍କ ଭଳି ଜ୍ୱାଇଁ-ଝିଅ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କୁ ତିହିଡିର ତାଳପଦାସ୍ଥିତ ଗ୍ରାମକୁ ନିଆଯାଇ ସେଠାରେ ଗ୍ରାମବାସୀଙ୍କ ଶେଷ ଦର୍ଶନ ପରେ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସୂଚନାଯୋଗ୍ୟ  ଭଦ୍ରକ ସହର ଅଧିନସ୍ଥ ପବିତ୍ର ପୁଣ୍ୟତୋୟା ସାଳନ୍ଦୀ ନଦୀ ପାଶ୍ୱର୍ସ୍ଥ ଐତିହାସିକ, ସାଂସ୍କୃତିକ ଓ ସ୍ୱାଧୀନତା ସଂଗ୍ରାମର ପୀଠ ‘ଭାଗବତ ଭବନ’ରେ ଏହି ବ୍ୟକ୍ତିଙ୍କର ଜନ୍ମ ୧୯୧୫ ମସିହା ଜୁନ୍ ୧୯ତାରିଖରେ ହୋଇଥିଲା । ପିତା ସ୍ୱର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ମାତା ଲବଙ୍ଗଲତା ଦେବୀଙ୍କ କନିଷ୍ଠ ପୁତ୍ରଭାବେ ସେ ପିଲାବେଳୁ ‘ତୁଳସୀ ଦୁଇପତ୍ରରୁ ବାସିଲା’ ଭଳି ନିଜର ସ୍ୱକୀୟ ଗୁଣକୁ ବିିକଶିତ କରିପାରିଥିଲେ । ତାଙ୍କର ଭ୍ରାତା ସ୍ୱର୍ଗତ ଶତାଦ୍ଦୀ ସାଧକ ନିତ୍ୟାନନ୍ଦ ମହାପାତ୍ରଙ୍କ ବହୁଗୁଣ ତାଙ୍କ ଉପରେ ପଡିଥିଲା । ଭାରତର ସ୍ୱାଧୀନତା ଆନେ୍ଦାଳନରେ କଟକର  ଚୌଧୁରୀ ପରିବାର ଭଳି ଗୌରଚନ୍ଦ୍ରଙ୍କ ସଭ୍ୟ ସତ୍ୟାଗ୍ରହରେ ଯୋଗଦେଇ କାରାବରଣ କରିଥିଲେ ତାଙ୍କ ପିତା କାନ୍ତକବି ଲକ୍ଷ୍ମୀକାନ୍ତ, ଭାଇ ଔପନ୍ୟାସିକ ସ୍ୱର୍ଗତ ନିତ୍ୟାନନ୍ଦ ମହାପାତ୍ର, ଦାଦା କମଳାକାନ୍ତ, ହେମେନ୍ଦ୍ର, ଦୁଇ ପିଉସୀ ଜାହ୍ନବୀ ଓ କୋକିଳା ଦେବୀ, ପିଉସା ସ୍ୱର୍ଗୀୟ ମୁକୁନ୍ଦ ପ୍ରସାଦ ଦାସ (ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି) ଓ ତାଙ୍କ ପୁତ୍ର ଗାନ୍ଧିବାଦୀ ତଥା ଆଇନଜୀବୀ ଗୌରଗୋପାଳ ଦାସଙ୍କ ସମେତ ତାଙ୍କ ଜେଜେ ସ୍ୱର୍ଗୀୟ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଗାନ୍ଧିଜୀଙ୍କ ଆହ୍ୱାନରେ ବି୍ରଟିଶ୍ ସାମ୍ରାଜ୍ୟ ବିରୋଧରେ ଅନେକକିଛି ସଂଗ୍ରାମ କରିଥିଲେ । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ୍ ଓ ଭଦ୍ରକ କଲେଜରୁ ସ୍ନାତକ ଉପାଧି ଲାଭ କରି ଜଣେ ଶିକ୍ଷାବିତ୍ ଭାବରେ ସେ ସ୍ୱାଧୀନୋତ୍ତର ଭାରତରେ ଶିକ୍ଷାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ପିଲାଟି ଦିନରୁ ବି୍ରଟିଶ ବିରୋଧୀ ସଂଗୀତ ଓ ଓଜସ୍ୱିନୀ ବକ୍ତୃତା ଶୁଣି ତାଙ୍କର ଯୁବମାନସ ଗାନ୍ଧିଜୀଙ୍କ ଆଦର୍ଶ ଓ ଆଚରଣରେ ପ୍ରଭାବିତ ହୋଇଥିଲା । ନିରିହ ଲବଣ ସତ୍ୟାଗ୍ରହୀଙ୍କ ପିଠିରେ ବି୍ରଟିଶ ପୁଲିସର ଲାଠି ଓ ଯୋତା ମାଡ ତାଙ୍କ ଛାତ୍ରାବସ୍ଥାର କୋମଳ ମନରେ ବିଦ୍ରୋହର ବହ୍ଣି ଜାଳିଦେଇଥିଲା । ବିଶେଷକରି ପିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବା‚ାନିଧି ଓ ବିରକିଶୋରଙ୍କ ଦେଶାତ୍ମବୋଧକ ସଂଗୀତ ତାଙ୍କ ମନରେ ଗଭୀର ରେଖାପାତ କରି ଦେଶପ୍ରେମ ଉଦ୍ବୁଦ୍ଧ କରିଥିଲା ଯେଉଁଥିପାଇଁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ବିଟ୍ରିଶ ସରକାରଙ୍କ ବିରୋଧରେ ଅନେକ ପ୍ର·ର କାର୍ଯ୍ୟ ·ଲିବା ମଧ୍ୟରେ ତାଙ୍କ ପିତା କାନ୍ତକବିଙ୍କ ଦ୍ୱାରା ପ୍ରତିଷ୍ଠିତ ଭଦ୍ରକସ୍ଥିତ ଗୋପୀନାଥ ପ୍ରେସ୍ରେ ସରକାର ବିରୋଧୀ ପ୍ର·ରପତ୍ର ଛପା ହେଉଥିଲା । ଯେଉଁଥିରେ ପ୍ରେସ୍ର ମୁଦ୍ରାକାର ଭାବେ ତାଙ୍କର ନାମ ରହିଥିଲା । ଯେଉଁଥିପାଇଁ ସେତେବେଳେ ତାଙ୍କୁ ଅର୍ଥଦଣ୍ଡ କରାଯାଇଥିବା ବେଳେ ହାଇକୋର୍ଟ ପର୍ଯ୍ୟନ୍ତ ଲଢି ସେ ବିଫଳ ହୋଇଥିଲେ ।  ୧୯୩୦ର ଲବଣ ସତ୍ୟାଗ୍ରହରେ ବହୁବ୍ୟକ୍ତି କାରାବରଣ କରିଥିବା ବେଳେ ତାଙ୍କ ଭଦ୍ରକସ୍ଥିତ ‘ଭାଗବତ ଭବନ’ ଜାତୀୟ ଆନେ୍ଦାଳନର ଗୁପ୍ତ ପରାମର୍ଶ ଓ ଆଲୋଚନା କେନ୍ଦ୍ରଥିଲା ।  ସେ ଜେଲ୍ରେ ‘ସମାଜ’ର ତତ୍କାଳୀନ ସମ୍ପାଦକ  ଲିଙ୍ଗରାଜ ମିଶ୍ରଙ୍କ ସହ ବନ୍ଦୀଥିଲେ । କଟକ ଜେଲ୍ରେ ସେ ବନ୍ଦୀଥିବା ବେଳେ ୧୯୪୨ ମସିହା ଜାନୁୟାରୀ ୨୬ତାରିଖ ଦିନ ପତକା ଉତ୍ତଳୋନ ଉତ୍ସବରେ ସହବନ୍ଦୀ ମାନଙ୍କ ସହିତ “ଝଣ୍ଡା ଉଂଚା ରହେ ହାମାରା” ଗୀତ ଗାଇ ପୁଲିସ ଦମନଲୀଳାର ସମ୍ମୁଖୀନ ହୋଇଥିଲେ । ତାଙ୍କ ବିରୋଧରେ ସେତେବେଳେ  ହତ୍ୟା, ଘରପୋଡି, ରେଳଧାରଣା ଉଠାଇବା ଓ ଟେଲିଗ୍ରାଫ ତାର କାଟିନେବା ପରି ଗୁରୁତ୍ୱର ମିଥ୍ୟା ଅଭିଯୋଗମାନ ରହିଥିଲା । ତତ୍କାଳୀନ ମାଜିଷ୍ଟ୍ରେଟ୍ ମନିନ୍ଦ୍ର ଗୁହଙ୍କ ଉପସ୍ଥିତିରେ ପୁଲିସ୍ ସମସ୍ତ ଅଭିଯୋଗର ସାକ୍ଷୀ ଦେଇ ନପାରିବାରୁ ବି·ରପତି ତାଙ୍କୁ  ନିଦେ୍ର୍ଦାଶରେ ଖଲାସ କରିଥିଲେ । ମାତ୍ର ପୁଲସ ତାଙ୍କୁ ପୁନର୍ବାର ଭାରତ ରକ୍ଷା ଆଇନ୍ ବଳରେ ଅଟକ ବନ୍ଦୀ କରି କଟକ ଜେଲରୁ ବ୍ରହ୍ମପୁରସ୍ଥିତ ସେଣ୍ଟ୍ରାଲ ଜେଲକୁ ପଠାଇଦେଇଥିଲେ । ସେଠାରେ ତାଙ୍କର ସହବନ୍ଦୀ ଭାବେ ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ସେତେବେଳେ ଫାସୀ ଦିଆଯାଇଥିଲା ଏହି ଜେଲ୍ର ଦୁଇ ବର୍ଷକାଳ ତାଙ୍କୁ ବହୁ କବିତା ସାହିତ୍ୟ ସୃଷ୍ଟି ସମ୍ଭାରର ବହୁ କବିତା, ଶିଶୁ ସାହିତ୍ୟ, ପ୍ରବନ୍ଧ ଲେଖିବାରେ ସହାୟକ ହୋଇଥିଲା । ଏପରିକି ସେତେବେଳେ ଜାତୀୟ କବି ବୀରକିଶୋର ଦାସଙ୍କ ସମ୍ପାଦନରେ ବ୍ରହ୍ମପୁର ଜେଲରୁ ପ୍ରକାଶ ପାଉଥିବା ହାତଲେଖା ପତ୍ରିକା ‘ବୈଜୟନ୍ତ’ର ସହସମ୍ପାଦକ ଦାୟିତ୍ୱ ନିର୍ବାହ କରୁଥିଲେ । ଏହାପରେ ସେ ଓଡିଆ ଭାଷାର ଏକାଧିକ ବିଭାଗରେ ଲେଖନୀ ·ଳନା କରି ହରିଜନ ଗୀତ, ଶାସନର ଚକ ତଳେ (କବିତା), ଅର୍ଥଶକ୍ତି କବଳରୁ ଗଣତନ୍ତ୍ରକୁ ବଞ୍ଚାଅ (ଅନୁବାଦ), ଆମ ଗାଁ (କବିତା), କିଛି ଅଭୁଲା ସ୍ମୃତି (ପ୍ରବନ୍ଧ), ସେବା ସଂଘ ନାଟକ, ଯେତିକି ମନେପଡେ (ଆତ୍ମଜିବନୀ) ଭଳି ଅନେକ ଉପାଦେୟ ପୁସ୍ତକ ରଚନା କରି ଓଡିଶା ସହିତ୍ୟ ଏକାଡେମୀ ଦ୍ୱାରା ପୁରଷ୍କୃତ ହୋଇ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସ୍ୱର୍ଗତଃ ମହାପାତ୍ରଙ୍କ ସଂଗ୍ରାମ ଓ ସାହିତି୍ୟକ ଜୀବନରେ ତାଙ୍କ ପତ୍ନୀ ମୀରା ଦେବୀଙ୍କ ଭୂମିକାକୁ ସେ  ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ।  ସ୍ୱର୍ଗତଃ  ମହାପାତ୍ରଙ୍କ ଦୁଇଶହରୁ ଉଦ୍ଧ୍ୱର୍ କବିତା ଏବେବି ଅପ୍ରକାଶିତ ହୋଇ ରହିଛି ।  ମୃତୁ୍ୟ ପର୍ଯ୍ୟନ୍ତ ସେ ଭଦ୍ରକ ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top