ଭାରତ, ମିଆଁମାର ମଧ୍ୟରେ ଭୂ-ସୀମା ଅତିକ୍ରମ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ମିଆଁମାର ମଧ୍ୟରେ ହୋଇଥିବା ଭୂମି ସୀମା ଅତିକ୍ରମ ଚୁକ୍ତିକୁ ମଞ୍ଜୁରି ମିଳିଛି।

ଏହି ଚୁକ୍ତି ଦ୍ୱାରା ଦୁଇ ଦେଶର ସୀମାବର୍ତ୍ତୀ ଇଲାକାରେ ସାଧାରଣ ଭାବେ ବସବାସ କରୁଥିବା ଲୋକମାନଙ୍କ ମୁକ୍ତ ଗମନାଗମନ ସମ୍ବନ୍ଧୀୟ ବର୍ତମାନର ଅଧିକାରର ନିୟନ୍ତ୍ରଣ ଏବଂ ସେଥିରେ ତାଳମେଳ ବଜାୟ ରଖିବାରେ ସୁବିଧା ହେବ। ଏହାଦ୍ୱାରା ବୈଧ ପାସପୋର୍ଟ ଏବଂ ଭିସା ଆଧାରରେ ଲୋକମାନଙ୍କ ଗମନାଗମନ ସହଜ ହୋଇପାରିବ, ଫଳରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଏବଂ ସାମାଜିକ ସମ୍ପର୍କ ବୃଦ୍ଧି ପାଇବ।

ଏହି ଚୁକ୍ତି ଅଧୀନରେ ଭାରତ-ମିଆଁମାର ସୀମା ଅତିକ୍ରମ କରି ଯାତାୟାତ ନିମନ୍ତେ ଲୋକମାନଙ୍କ ପାଇଁ ଉଚିତ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଭାରତର ଉତର-ପୂର୍ବାଂଚଳ ରାଜ୍ୟଗୁଡ଼ିକର ଲୋକ ଏବଂ ମିଆଁମାର ସାଧାରଣ ଜନତାଙ୍କ ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହେବ ଏବଂ ଆପୋସ ମିଳାମିଶା ବଢ଼ିବ ବୋଲି ଆଶା କରାଯାଉଛି।

ଏହି ଚୁକ୍ତି ଦ୍ୱାରା ଉତର-ପୂର୍ବ ଭାରତର ଅର୍ଥବ୍ୟବସ୍ଥାର ବିକାଶ ତ୍ୱରାନ୍ୱିତ ହୋଇପାରିବ ଏବଂ ଭାରତକୁ ମିଆଁମାର ସହିତ ନିଜ ଭୌଗଳିକ ସମ୍ପର୍କର ଲାଭ ଉଠାଇବାରେ ସହାୟତା ମିଳିପାରିବ। ଫଳରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବାଣିଜ୍ୟ ବୃଦ୍ଧି ପାଇବ ଏବଂ ଲୋକମାନଙ୍କ ମଧ୍ୟରେ ଆପୋସ ସମ୍ପର୍କ ସୁଦୃଢ଼ ହେବ।

ସୀମାବର୍ତ୍ତୀ କ୍ଷେତ୍ରରେ ରହୁଥିବା ମୁଖ୍ୟତଃ ଜନଜାତି ସମ୍ପ୍ରଦାୟର ଲୋକମାନେ ଏହି ଚୁକ୍ତି ଦ୍ୱାରା ଉପକୃତ ହୋଇପାରିବେ। ନିୟମିତ ଭୂ-ସୀମା ଅତିକ୍ରମ କରିବାରେ ଅଭ୍ୟସ୍ତ ଥିବା ଏହି ଲୋକମାନଙ୍କର ପାରମ୍ପରିକ ଅଧିକାରର ସୁରକ୍ଷା ହୋଇପାରିବ।

Leave a Reply

Your email address will not be published. Required fields are marked *