ଭାରତ, ବ୍ରିଟେନ, ଉତର ଆୟାର୍ଲାଣ୍ଡ ମଧ୍ୟରେ ପଶୁ ପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମାଛ ଚାଷ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୧-୯ (ଓଡ଼ିଆ ପୁଅ) ଭାରତ, ବ୍ରିଟେନ ତଥା ଉତର ଆୟାର୍ଲାଣ୍ଡ ମଧ୍ୟରେ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ୧୭.୦୬.୨୦୧୮ରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

ଏମଓୟୁର ଉଦ୍ଦେଶ୍ୟ ହେଲା – ଭାରତୀୟ ପଶୁସମ୍ପଦ ଏବଂ ମତ୍ସ୍ୟଚାଷ, ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପଶୁପାଳନ, ଡାଏରୀ ଉଦ୍ୟୋଗ ଏବଂ ମାଛ ଚାଷ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବିକଶିତ କରିବା।

ପ୍ରଭାବ :

ଏହି ଭାଗିଦାରୀ ଦ୍ୱାରା ଘରୋଇ ଉଦ୍ୟୋଗ ଏବଂ ରପ୍ତାନି ଲାଗି ଦୁଗ୍ଧ ଉତ୍ପାଦନ, ମାଛ ଚାଷ ଏବଂ ପଶୁ ଉତ୍ପାଦକୁ ବୃଦ୍ଧି କରି ପଶୁ ସମ୍ପଦର ସ୍ୱାସ୍ଥ୍ୟ, ସେମାନଙ୍କ ପାଳନ-ପୋଷଣ ଏବଂ ମତ୍ସ୍ୟପାଳନ କ୍ଷେତ୍ରରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ପଶୁପାଳନ, ମାଛ ଚାଷ ଏବଂ ଦୁଗ୍ଧ ଉଦ୍ୟୋଗରେ ନିମ୍ନଲିଖିତ ପ୍ରସଙ୍ଗ ଜରିଆରେ ଏହି ଏମଓୟୁ ପରାମର୍ଶ ଏବଂ ସହଯୋଗକୁ ପ୍ରୋତ୍ସାହନ ଦେବ :

୧. ପଶୁପାଳନ, ମାଛ ଚାଷ ଏବଂ ତତସମ୍ବନ୍ଧୀୟ ବ୍ୟାପାରରେ ଆପୋସ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗ

୨. ପଶୁସମ୍ପଦକଙ୍କ ସ୍ୱାସ୍ଥ୍ୟ ଏବଂ ପଶୁପାଳନ, ପାଳନ-ପୋଷଣ, ଦୁଗ୍ଧ ଏବଂ ମାଛ ଚାଷରେ ସହଯୋଗ

୩. ପଶୁସମ୍ପଦଙ୍କ ଉତ୍ପାଦକତା ଏବଂ ଉତ୍ପାଦନ ବଢ଼ାଇବା ଲାଗି ଅଭାବଗ୍ରସ୍ତ କ୍ଷେତ୍ରରେ ଭୋଜନ ଏବଂ ପଶୁ ଖାଦ୍ୟର ପୋଷଣ ଦୃଷ୍ଟିରୁ ସମୃଦ୍ଧ କରିବା ଏବଂ ଏହାକୁ ଅଧିକ ମାତ୍ରାରେ ଯୋଗାଣ କରିବାର ବ୍ୟବସ୍ଥା।

୪. ପଶୁ ସମ୍ପଦ, ପଶୁ ପାଳନ ଏବଂ ପଶୁ ଉତ୍ପାଦର ବ୍ୟବସାୟ ସହ ଜଡ଼ିତ ବ୍ୟାପାରରେ ସ୍ୱଚ୍ଛତା

୫. ପଶୁଙ୍କ ଖାଦ୍ୟ ଚାଷ ସହିତ ଉଚ୍ଚ କୌଶଳ ଯୁକ୍ତ ପଶୁଖାଦ୍ୟ ବୃକ୍ଷ ପ୍ରଜାତିର ନର୍ସରୀ ବିକଶିତ କରିବା ଏବଂ ମରୁଡ଼ିଗ୍ରସ୍ତ କ୍ଷେତ୍ରରେ ଓଦାଳିଆ ମାଟିର ସଂରକ୍ଷଣ ସହିତ ସମନ୍ୱିତ କୃଷି ପ୍ରଣାଳୀ ଅର୍ନ୍ତଗତ ପଶୁଖାଦ୍ୟ ବୃକ୍ଷ ପ୍ରଜାତିର ଚାରା ରୋପଣ ଲାଗି କୃଷି ଜଙ୍ଗଲକୁ ପ୍ରୋତ୍ସାହନ।

୬. ଗବେଷଣା ଗସ୍ତ/ପାରସ୍ପରିକ ସହମତି ଥିବା କ୍ଷେତ୍ରରେ ପରୀକ୍ଷଣ ଲାଗି ବୈଜ୍ଞନିକମାନଙ୍କ ବିନିମୟର କ୍ଷେତ୍ର

୭. ସୂଚନା ଏବଂ ସଂଚାର ପ୍ରଯୁକ୍ତି (ଆଇସିଟି)ର ବ୍ୟବହାର ସହିତ ଅଭିନବ କୃଷି ବିସ୍ତାର ଦୃଷ୍ଟିକୋଣ ସମ୍ବନ୍ଧୀୟ ବିଭିନ୍ନ ବିଷୟର ସୂଚନା ଲାଗି ମିଳିତ ଗବେଷଣା ନିମନ୍ତେ ସହଯୋଗ

୮. ମିଳିତ ସ୍ୱାର୍ଥ ଥିବା ଅନ୍ୟ କୌଣସି ପ୍ରସଙ୍ଗ

ପ୍ରତ୍ୟେକ ପକ୍ଷର ପ୍ରତିନିଧିମାନଙ୍କୁ ମିଶାଇ ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ କରାଯାଇପାରେ ଯାହାଦ୍ୱାରା ମିଳିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରିବ ଏବଂ ସହଯୋଗ ତଥା ବିଚାରବିମର୍ଷ କରାଯାଇପାରିବ।

Leave a Reply

Your email address will not be published. Required fields are marked *