ଭାରତ ବିକାଶ ପରିଷଦ ମହିଳା ସହଭାଗିତା କାର୍ଯ୍ୟକ୍ରମ

ପୁରୀ, ୨୦/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ପକ୍ଷରୁ ୟୁଥ୍ ହଷ୍ଟେଲ ପରିସରରେ ମହିଳା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଷଦର ରାଷ୍ଟ୍ରୀୟ ସଚିବ ଏହି କାର୍ଯ୍ରକ୍ରମକୁ ଉଦ୍ଘାଟିତ କରି କହିଲେ ଯେ ମହିଳା ହେଉଛନ୍ତି ଶକ୍ତି ସ୍ୱରୂପା। ତେଣୁ ତାଙ୍କ ଶକ୍ତି ମାପିବା ପାଇଁ ପୁରୁଷ କାହିଁକି ତାଙ୍କମାନଙ୍କ ବ୍ୟବହାର କରିବେ। ଶାଖା ସଭାପତି ପଦ୍ମନାଭ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର କ୍ଷତ୍ରିୟ ସଚିବ ବିଜୟାନନ୍ଦ ଜି ଦୁବେ, ପ୍ରାନ୍ତୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶାଖା ସଚିବ ସୁପ୍ରିତି ରଥ, ଆବାହିକା ଗୀତାଞ୍ଜଳି ସାମନ୍ତରାୟ ନାରୀମାନଙ୍କ ସାମାଜିକ ସ୍ଥିତି ଓ ଆଜିର ଆହ୍ୱାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମହିଳାମାନଙ୍କ ମଧ୍ୟରେ ପାରମ୍ପାରିକ ଶଙ୍ଖଧ୍ୱନି, ହୁଳହୁଳି, ଶ୍ରୀମଦ୍ ଭଗବତ ପାଠ ଓ ଓଡିଆ ଅନୁଚ୍ଛେଦ ଆଦି ପ୍ରତିଯୋଗୀତା କରାଯାଇଥିଲା। ବୁଦ୍ଧଦେବ ମହାପାତ୍ର, କୃଷ୍ଣଚନ୍ଦ୍ର ରଥ, ପ୍ରଫୁଲ୍ଲ ମିଶ୍ର, ଦେବୀପ୍ରସାଦ ପଟ୍ଟନାୟକ, ସୁରେନ୍ଦ୍ର ନାଥ ପତି, ରାଜେଶ୍ୱର ମହାରଣା, ଲାଲା ଅନନ୍ତ ରାୟ, ଗଣେଶ ମହାସୁଆର, ଅଜିତ୍ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *