ଭାରତ ବିକାଶପରିଷଦ ବିବେକାନ୍ଦଙ୍କ ଜୟନ୍ତୀ

ପୁରୀ, ୧୨/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଭାରତ ବିକାଶ ପରିଶଦ ଶ୍ରୀ ଜଗନ୍ନଥଧାମ ଶାଖା ପକ୍ଷରୁ ପାଳିତ ହୋଇଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସବ।ଏହି ପରିପେକ୍ଷୀରେ ଦିଗବାରିଣୀ ଛକ ସ୍ଥିତ ସ୍ୱାମୀଜି ଙ୍କ ପ୍ରତିର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇଥିଲେ। ୫ ଜଣ ଛାତ୍ର ଏହି ଅବସରରେ ସ୍ୱାମେୀ ବିବେକାନନ୍ଦଙ୍କ ବେଶରେ ସଜିତ ହୋଇଥିବା ବେଳେ ବନ୍ଦେ ମାତରଂ ଗାନ କରାଯାଇଥିଲା। ପରିଷଦର ସଭାପତି ପଦ୍ମନାଭ ପଣ୍ଡା, ସଂପାଦିକା ସୁପ୍ରୀତି ରତ, ଅର୍ଥ ସଚୀବ ବୁଦ୍ଧବେଦ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ରାମଚନ୍ଦ୍ର ଦଳେଇ, ସନ୍ତୋଷ ମହାନ୍ତି, ମଣିରାମ ପ୍ରଫୁଲ ମିଶ୍ର, ମୁକ୍ତିକାନ୍ତ ଦାସ, ମିରା ମହାରରା, ରାଜେଶ୍ୱର ମହାରଣା, ଡାଃ ସୁରେନ୍ଦ୍ର ପତି, ଜୟନ୍ତୀ ମହାପାତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠିତ ଥିଲେ।

Leave a Reply

Your email address will not be published. Required fields are marked *