ଓଡ଼ିଶା

ଭାରତ ବନ୍ଦ ପାଳନ ନବରଙ୍ଗପୁରରେ ସଂମ୍ପୂର୍ଣ୍ଣ ସଫଳ

ନବରଙ୍ଗପୁର ୧୦-୬ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ବନ୍ଦ ଡାକରା ନବରଙ୍ଗପୁର ଜିଲ୍ଲାରେ ସଂପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦ ପାଳନ କାର୍ଯ୍ୟକ୍ରମ ସକାଳ ୬ ଘଣ୍ଟାଠାରୁ ଆରମ୍ଭ ହୋଇଥିଲା। ସଦର ମହକୁମାରେ ଦୋକାନ ବଜାର ସମେତ ଗାଡି ମଟର ଚଳାଚଳ ବନ୍ଦ ରହିଛି। ସୋମବାର ଦିନ ସାପ୍ତାହୀକ ବଜାର ରହିଥିବାବେଳେ ବଜାର ମଧ୍ୟ ସଂମ୍ପୂର୍ଣ୍ଣ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ କଂଗ୍ରେସ ଅଫିସ ସମ୍ମୁଖରେ ୨୬ ନଂ ଜାତୀୟ ରାଜପଥରେ ବହୁ ସଂଖ୍ୟକ ରନ୍ଧନ ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ମଟର ଅଟକି ରହିଛି। ସହରର ଉପକଣ୍ଠ ଚାମୁରିଆଗୁଡା, ମାଝିଗୁଡା, ଗାନ୍ଧିନଗର, ନୂଆବନ୍ଧ ସାହି ପ୍ରମୁଖ ଇଲାକାରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରି ରଖିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଥାନା ଅଧିକାରୀ ଭୀମସେନ ନାୟକଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପରପକ୍ଷେ ସି ପି ଆଇ (ଏମ୍) ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ନବରଙ୍ଗପୁର ଜିଲ୍ଲା କମିଟି ପକ୍ଷରୁ ସମାନ ଦାବିରେ ପାପଡାହାଣ୍ଡି ଛକଠାରେ ହରତାଳ କରାଯାଇଛି। ରାଜେଶ ଜାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top