ଓଡ଼ିଶା

ଭାରତ ବନ୍ଦର ଫାଇଦା ଉଠାଇଲେ ତେଲ କଳାବଜାରୀ

ରାଉରକେଲା ୧୨-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଭାରତ ବନ୍ଦର ପ୍ରଭାବ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଦେଖିବାକୁ ମିଳିଥିଲା। ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ଭାରତ ବନ୍ଦର ଡାକରା। ମଙ୍ଗଳବାରଦିନ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ପେଟ୍ରୋଲପମ୍ପ ଗୁଡ଼ିକ ବନ୍ଦ ରହିଥିଲା। ଫଳରେ ଜନସାଧାରଣ ତୈଳ ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅପରପକ୍ଷରେ ଭାରତ ବନ୍ଦର ଖୋଲାଖୋଲି ଫାଇଦା ଉଠାଇଥିଲେ ତେଲ କଳାବଜାରୀ କରୁଥିବା ବ୍ୟବସାୟୀ ମାନେ। ଏକ ଲିଟର ତେଲ ୧୫୦ ଟଙ୍କାରେ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା। ସହରର କିଛି ଖାକି ପୋଷାକଧାରୀ ବାବୁ ତେଲ ବିକିବାରେ ଅସାଧୁ ବେପାରୀ ମାନଙ୍କୁ ପରୋକ୍ଷରେ ସାହାଯ୍ୟ କରିଥିବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଡିଏଭି ସ୍କୁଲ ନିକଟରେ ଜଣେ ପୁଲିସ ବାବୁଙ୍କ ଗାଡ଼ିରୁ ତେଲ ସଫା ହୋଇଯିବା ପରେ, ସେ ଜୋରଜବରଦସ୍ତ ତେଲ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ୨ ଲିଟର ତେଲ ପକାଇଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଛନ୍ତି। ମାତ୍ର ସହରର କିଛି ବ୍ୟକ୍ତି ଗତକାଲି ନିଜ ବାଇକ, ତଥା ଅନ୍ୟ ଯାନରେ ଆଗୁଆ ତେଲ ପକାଇ ଦେବା କାରଣରୁ ତେଲ କଳାବଜାରୀଙ୍କ ଉତ୍ପାତରୁ ବର୍ତିପାରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top