ad
ଜିଲ୍ଲା ପରିକ୍ରମା

ଭାରତ ବନ୍ଦଡାକରେ ଚାରିଚକିଆ ଯାନବଦଳରେ ସାଂସଦ ଓ ବିଧାୟକ ସ୍କୁଟିରେ ବୁଲିଲେ

ମାଲକାନଗିରି, ୨ା୪(ଓଡିଆ ପୁଅ) ମାନ୍ୟବର ସୁପ୍ରୀମକୋର୍ଟ ଦଳିତ ଆଦିବାସୀ ଅତ୍ୟାଚାର ନିରୋଧ ଆଇନକୁ ପରିବର୍ତ୍ତନ କରିବା ବିରୋଧରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ଓଡିଶା ଦଳିତ ଶୋଷଣ ମୁକ୍ତ ମଚଂ ପକ୍ଷରୁ ମାଲକାନଗିରି ଜିଲ୍ଲାବନ୍ଦ ଡାକରା ଦିଆ ଯାଇ ସମସ୍ତ ଚାରିଚକିଆ ଯାନବାହନ ଚଳାଚଳକୁ ବନ୍ଦକରିଦଆ ଯାଇଥିଲା। ଗତ କାଲି ଜିଲ୍ଲାସ୍ତରୀୟ ଉତ୍କଳଦିବସ ପାଳନ ଅବସରେ ଅତିଥି ଭାବେ ମାଲକାନଗିରି ଜିଲ୍ଲାଗସ୍ତରେ ଆସିଥିବା ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ ଓ ମାଲକାନଗିରି ବିଧାୟକ ମାନସ ମାଡକାମି ଏହି ବନ୍ଦ ଯୋଗୁ ଚାରିଚକିଆ ଯାନରେ ଆଜି କୌଣସି ଆଡେ ଗସ୍ତରେ ଯାଇପାରିନଥିଲେ। ତଥାପି ସର୍କିଟହାଉସରେ ଖାଲି ବସି ନ ରହି ବିଧାୟକଙ୍କ ସ୍କୁଟିରେ ଜିଲ୍ଲାସଦର ମହକୁମା ଠାରେ ଥିବା ବିଭିନ୍ନ ବସ୍ତିକୁ ଗସ୍ତକରି ସେମାନଙ୍କ ସମସ୍ୟା ପଚାରିବୁଝି ବସ୍ତିବାସିନ୍ଦା ମାନଙ୍କ ସହିତ ଆଲୋଚନା କରିଥିଲେ। ଆଜି ପ୍ରବଳଖାରାରେ ବିଧାୟକ ମାନସ ମାଡକାମି ସ୍କୁଟି ଚଳାଉଥିବା ବେଳେ ତାଙ୍କ ପଛରେ ସାଂସଦ ବଳଭଦ୍ରମାଝୀ ବସି ବିଭିନ୍ନ ବସ୍ତି ଭ୍ରମଣ କରିବା ଦୃଶ୍ୟକୁ ସହରବାସୀ ବେସ ଉପଭୋଗ କରିବାସହିତ ଯିଏ ଶୀତତାପ ନିୟନ୍ତ୍ରୀତ କାରରେ ବୁଲିବା ଲୋକ ଆଜି ସେମାନେ ଖୋଲାରେ ଖରାରେ ସ୍କୁଟିରେ ବୁଲି ଲୋକମାନଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ଘଟଣାକୁ ବସ୍ତିବାସିନ୍ଦା ସ୍ୱାଗତ ଜଣାଇ ସାଂସଦ ଓ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ଅନୁରୋଧ କ୍ରମେ ତରବରିଆ ଭାବେ ଗସ୍ତରେ ସ୍କୁଟି ଧରି ବାହାରି ପଡିଥିବାରୁ ବିଧାୟକ ହେଲମେଟ ପିନ୍ଧିବାକୁ ଭୁଲିଯାଇଥିଲେ। ସେ କିଛି ବାଟ ଗଲାପରେ ହେଲମେଟ ମଗାଇ ପିନ୍ଧିଥିଲେ। ବିଧାୟକ ଙ୍କ ସ୍କୁଟିରେ ସାଂସଦ ବସି ଗସ୍ତକରିବା ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଥିଲା। ସ୍କୁଟିରେ ଗସ୍ତକରିବା ଏହା ଆମ ପାଇଁ ନୁଆ ନୁହଁ, ସାଇକେଲ ଠାରୁ ଆରମ୍ଭ କରି କାର, ଟ୍ରେନ, ହେଲିକେପ୍ଟର ଓ ପ୍ଲାଇଟ ପର୍ଯ୍ୟନ୍ତ ଯେତେବେଳେ ଯାହା ମିଳିବ ତାହା ସ୍ଥାନ କାଳ ପାତ୍ର ଅନୁସାରେ ବ୍ୟବାହାର କରି ଲୋକମାନଙ୍କର ସେବାକରିବାକୁ ପଡିବ। ଆଜି ଆଦିବାସୀ ଓ ଦଳିତ ସମାଜ ପକ୍ଷରୁ ଡାକରା ଦିଆ ଯାଇଥିବା ଭାରତବନ୍ଦକୁ ଆମେ ସମ୍ମାନଜଣାଇ କାର କିମ୍ବା ଚାରିଚକିଆ ଯାନରେ ଗସ୍ତରେ ନ ଯାଇ ସ୍କୁଟିରେ ଲୋକମାନଙ୍କ ସମସ୍ୟା ବୁଝିବା ପାଇଁ ଗସ୍ତକରିଛୁ ବୋଲି ସାଂସଦ ଓ ବିଧାୟକ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top