ଆମ ସଂସ୍କୃତି, କଳା ଓ ଐତିହ୍ୟ

ଭାରତ ପାକିସ୍ଥାନ ସୀମାରେ ସୁରକ୍ଷାବଳଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରୀ

ହାଟଡ଼ିହି, ୨୫/୮/(ଓଡ଼ିଆ ପୁଅ) : ଆସନ୍ତାକାଲି ପବିତ୍ର ରାକ୍ଷୀବନ୍ଧନ ପାଇଁ ସମଗ୍ର ଦେଶରେ ଅପୁର୍ବ ଉତ୍ସାହ ଦେଖାଦେଇଥିବାବେଳେ ଭାରତ ପାକିସ୍ଥାନ ସୀମାରେ କାର୍ଯ୍ୟକରୁଥିବା କଳିଗାଁ ସୈନିକ ମାନେବି ଏଥିରୁ ବାଦ ପଡି ନାହାନ୍ତି। ଆସନ୍ତାକାଲି ରବିବାର ଛୁଟି ଥିବାରୁ ଆଜି ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସୁରକ୍ଷାବାହିନୀ ଜୱାନଙ୍କ ହାତରେ ରାକ୍ଷୀବାନ୍ଧିବା ସହ ମିଠା ଖାଇବାକୁ ଦେଇଛନ୍ତି। ବିଶ୍ୱଜିତ ରାଉତ, ୱାଇ.ଟି.କେ ପ୍ରସାଦ, ଏ.ସି. ଆର.ପି ଯାଦବ, ମଣ୍ଟୁ କୁମାର ଦାସ, ଧିରେନ ବର୍ମନ, ଗଣପତ ଭାଇ, ଭଗବାନ ସୁବୁଦ୍ଧି, ବିପିନି ବେହେରା, ରମେଶ ବାରିକ, ରାଜକିଶୋର ପାଣିଗ୍ରାହୀ, ରାଜା ସାହୁ, ସୁମନ୍ତ ସାହୁ ପ୍ରମୁଖ ସୁରକ୍ଷାକର୍ମୀ ମାନେ ସେମାନଙ୍କୁ ଗିଫ୍ଟ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top