ଭାରତ-ପାକିସ୍ତାନ କ୍ରିକେଟ ସିରିଜ ଉପରେ ମୋଦୀ ସରକାରଙ୍କ ବଡ଼କଥା – ସୀମା ପାର ଆତଙ୍କବାଦ ବନ୍ଦ ନ ହେଲା ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହିତ କ୍ରିକେଟ ଖେଳିବ ନାହିଁ

ନୂଆଦିଲ୍ଲୀ ୨୯/୫ (ଓଡ଼ିଆ ପୁଅ) : ଭାରତ ସରକାର ବିସିସିଆଇକୁ କହିଛନ୍ତିଯେ, ପିସିବିକୁ କୌଣସି ପ୍ରସ୍ତାବ ଦେବା ପୂର୍ବରୁ ସରକାର ସହ କଥାବାର୍ତ୍ତା କରିବାକୁ ପଡ଼ିବ। ଭାରତର କ୍ରିଡ଼ା ମନ୍ତ୍ରୀ ବିଜୟ ଗୋୟଲ ଭାରତ ଏବଂ ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖିବାକୁ ଥିବା କ୍ରିକେଟ ପ୍ରେମୀମାନଙ୍କୁ ବଡ଼ ଝଟକା ଦେଇଛନ୍ତି।

କ୍ରୀଡ଼ା ମନ୍ତ୍ରୀ ବିଜୟ ଗୋଏଲ କହିଛନ୍ତି ଯେ, ସୀମାପାର ଆତଙ୍କବାଦ  ଚାଲିଥିବା ପର୍ଯ୍ୟନ୍ତ ପାକିସ୍ତାନ ସହିତ ଭାରତ ଦ୍ୱିପାକ୍ଷିକ କ୍ରିକେଟ ଖେଳିବାର ସମ୍ଭାବନା ନାହିଁ। ବିସିସିଆଇ ଓ ପିସିବିର  ଉଚ୍ଚ ପଦାଧିକାରୀମାନେ ନିକଟରେ ଦୁବାଇରେ ଭେଟୁଥିବା ପରିପ୍ରେକ୍ଷୀରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଗୋଏଲଙ୍କ ଏପରି ମନ୍ତବ୍ୟ ସମ୍ଭାବନା ଉପରେ ଅନିଶ୍ଚିତିତା ସୃଷ୍ଟି କରିଛି। ତେଣୁ ପାକିସ୍ତାନକୁ ଏ ପ୍ରକାର କୌଣସି ପ୍ରସ୍ତାବ ଦେବା ପୂର୍ବରୁ ବିସିସିଆଇ ଭାରତ ସରକାରଙ୍କ ସହିତ ଆଲୋଚନା କରିବା ଉଚିତ ବୋଲି ସରକାରଙ୍କ ତରଫରୁ କପହାଯାଇଛି।

 

Image Credit – India.com

Leave a Reply

Your email address will not be published. Required fields are marked *