ଭାରତ ଏବଂ ଇରାନ ମଧ୍ୟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ଇରାନ ମଧ୍ୟରେ କୃଷି ଏବଂ ଆନୁସଙ୍ଗୀକ କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ରକୁ ପିଛିଲା ଭାବେ ଅନୁମୋଦନ କରାଯାଇଛି। ଏହି ବୁଝାମଣାପତ୍ର ଇରାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ୧୭ ଫେବୃଆରୀ, ୨୦୧୮ରେ ସ୍ୱାକ୍ଷରିତ ହୋଇଥିଲା।

ବୁଝାମଣାପତ୍ରରେ କୃଷିଜାତ ଦ୍ରବ୍ୟ, କୃଷି ସମ୍ପ୍ରସାରଣ, ଉଦ୍ୟାନକୃଷି, ମେସିନାରୀ, ଫସଲ ପରବର୍ତ୍ତୀ ପ୍ରଯୁକ୍ତି, ଫସଲ ରୋଗମୁକ୍ତି ଉପାୟ, ଋଣ ଏବଂ ସମବାୟ କ୍ଷେତ୍ରରେ ସହଯୋଗର ବ୍ୟବସ୍ଥା ରହିଛି। ଏଥିରେ ମୃର୍ତିକା ସଂରକ୍ଷଣ, ଏକୀକୃତ ପୋଷକ ପରିଚାଳନା, ବିହନ ପ୍ରଯୁକ୍ତି, କୃଷି ବିପଣନର ମଧ୍ୟ ବ୍ୟବସ୍ଥା ରହିଛି। ଏହି ବୁଝାମଣାପତ୍ରର ପରିଧି ମଧ୍ୟରେ ଆସୁଥିବା ଆପୋସ ସହମତିରେ ନିର୍ଦ୍ଧାରିତ ଅନ୍ୟ କ୍ଷେତ୍ରରେ ପଶୁସମ୍ପଦ ସୁଧାର, ଡାଏରୀ ବିକାଶ, ପଶୁ ସ୍ୱାସ୍ଥ୍ୟ ମଧ୍ୟ ସାମିଲ ରହିଛି। ଏହା ସହଯୋଗ ବିଶେଷଜ୍ଞ, ସାମଗ୍ରୀ ଏବଂ ସୂଚନାର ଆଦାନପ୍ରଦାନ, ଅଧ୍ୟୟନ, ଗସ୍ତ/ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକଙ୍କ ଏବଂ ବୈଜ୍ଞାନିକମାନଙ୍କ ଆଦାନପ୍ରଦାନ, ଉପଯୁକ୍ତ ସମ୍ମିଳନୀ ଏବଂ କର୍ମଶାଳାର ସୁବିଧା ଏବଂ ପାରସ୍ପରିକ ଭାବେ ସହମତ ଅନ୍ୟ ଉପାୟ ଜରିଆରେ କରାଯିବ।

ବୁଝାମଣାପତ୍ର ଅନ୍ତର୍ଗତ ଏହାକୁ ସମ୍ପୂର୍ଣ୍ଣ କରିବାରେ ହେଉଥିବା କାର୍ଯ୍ୟକଳାପର ଅନୁଧ୍ୟାନ ଲାଗି ଏକ ମିଳିତ କାର୍ଯ୍ୟଗୋଷ୍ଠୀ ଗଠନ କରାଯିବ। ଏହି ଗୋଷ୍ଠୀର ବୈଠକ ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଥର ଥର କରି ଇରାନ ଏବଂ ଭାରତରେ ଅନୁଷ୍ଠିତ ହେବ। ବୁଝାମଣାପତ୍ରର ଅବଧି ପ୍ରଥମେ ୫ ବର୍ଷ ପର୍ଯ୍ୟନ୍ତ ରହିବ। ଯେପର୍ଯ୍ୟନ୍ତ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଏହି ବୁଝାମଣାପତ୍ର ସମାପ୍ତି ଲାଗି ଇଚ୍ଛାବ୍ୟକ୍ତ କରିନାହାନ୍ତି ଏହା ଆପେ ଆପେ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଯିବ।

Leave a Reply

Your email address will not be published. Required fields are marked *