ad
ଛବିରେ ଖବର

ଭାରତ ଉପରେ ଆମେରିକା ମିଶାଇଲ ଆକ୍ରମଣ!

ଭୁବନେଶ୍ୱର;୧୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭାରତ ଉପରେରେ ଆମେରିକା ମିଶାଇଲ ମାଡ଼ କରୁଛି ପାକିସ୍ଥାନ।ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ପ୍ରାପ୍ତ ଅସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରୁଛି ପାକିସ୍ଥାନ।୪ ତାରିଖ ରାତିରେ ରଯୌରି ଏବଂ ପୁନ୍ଛ ସେକ୍ଟରରେ ପାକିସ୍ଥାନ ବଙ୍କର ଧ୍ୱଂସକାରୀ ଅସ୍ତ୍ର ବ୍ୟବହାର କରିଥିବା ବେଳେ ଆଜି ପୁନ୍ଛ ସେକ୍ଟରରେ ପୁଣି ଆକ୍ରମଣ କରିଛି।ଏହା ସହ ପାକିସ୍ଥାନ ଆମେରିକା ପ୍ରଦତ୍ତ ଆଣ୍ଟି ଟେକ ଗାଇଡେଡ ମିଶାଇଲ(ଏ.ଟି.ଜି.ଏମ.ଏସ) ଦ୍ୱାରା ଆକ୍ରମଣ କରୁଛି।ପାକିସ୍ଥାନ ଏବେ ୧୨୦ ଏମଏମ ମୋଟାର ବ୍ୟବହାର କରୁଛି।ଯେତେବେଳେ କି’ ପାକିସ୍ତାନ ସାଧାରଣତଃ ୮୦ ଏମଏମ ମୋଟାର ବ୍ୟବହାର କରିଥାଏ।ଭାରତ ଏ ନେଇ ଟ୍ରମ୍ପ ପ୍ରଶାସନକୁ ନିଜ ଅସନ୍ତୋଷ ଜଣାଇବ ବୋଲି ଜଣାପଡ଼ିଛି।ସୂଚନା ଯୋଗ୍ୟ ଯେ,୪ ତାରିଖ ଆକ୍ରମଣରେ ଭାରତର ଜଣେ କ୍ୟାପ୍ଟେନଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଥିଲେ। ଏ ବର୍ଷ ଏ ପର୍ଯ୍ୟନ୍ତ ପାକିସ୍ଥାନ ଆକ୍ରମଣରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେଥିରୁ ୧୦ ଜଣ ଯବାନ।ଏହା ସହ ୭୦ ଜଣ ଆହତ ମଧ୍ୟ ହୋଇଛନ୍ତି।ପାକିସ୍ଥାନ ଏ ବର୍ଷ ୧୩୦ ଥର ସଂଘର୍ଷ ବିରାମ ଉଲଙ୍ଘନ କରି ସାରିଲାଣି।ଏବେ ବି ସୀମାରେ ଉତ୍ତେଜନା ଲାଗି ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top