ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ (ଆଇଏଏଫଏସ-୩)କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଆଫ୍ରିକାରେ ମିଶନ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୧୮-୨୦୨୧ର ଚାରି ବର୍ଷୀୟ ଅବଧି କାଳରେ ଆଫ୍ରିକାରେ ୧୮ଟି ନୂଆ ଭାରତୀୟ ମିଶନ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଆଫ୍ରିକାରେ ବୁର୍କିନା ଫାସୋ, କ୍ୟାମେରୁନ, କେପ ବର୍ଡେ, ଚାଦ, କଙ୍ଗୋ ଗଣତନ୍ତ୍ର, ଜିବୁତୀ, ଇକ୍ୱେଟୋରିଆଲ ଗିନି, ଏରୀଟ୍ରିୟା, ଗିନି, ଗିନି ବିସାଉ, ଲାଇବେରିଆ, ମରିଟାନିଆ, ରୱାଂଡା, ସାଓ ଟୋମ ଏବଂ ଏବଂ ପ୍ରିନସିପେ, ସିଏରା ଲିୟୋନ, ସୋମାଲିଆ, ସ୍ୱାଜିଲ୍ୟାଣ୍ଡ ଏବଂ ଟୋଗୋରେ ୧୮ଟି ନୂଆ ଭାରତୀୟ ମିଶନ ୨୦୧୮-୧୯ର ଚାରି ବର୍ଷୀୟ ଅବଧି କାଳରେ ଖୋଲାଯିବ। ଏହାଦ୍ୱାରା ଆଫ୍ରିକାରେ ଭାରତୀୟ ମିଶନର ସଂଖ୍ୟା ୨୯ରୁ ବୃଦ୍ଧି ପାଇଁ ୪୭ ହୋଇଯିବ।

ଏହି ନିଷ୍ପତି ଦ୍ୱାରା ଆଫ୍ରିକୀୟ ମହାଦେଶରେ ଭାରତର କୂଟନୈତିକ ପ୍ରସାର ବୃଦ୍ଧି ପାଇବ ଏବଂ ଆଫ୍ରିକୀୟ ଦେଶରେ ଭାରତୀୟ ପ୍ରବାସୀଙ୍କ ସହିତ ଯୋଗାଯୋଗ କରିବାରେ ସହଜ ହେବ। ନୂଆ ମିଶନ ପ୍ରତିଷ୍ଠା ପ୍ରୟାସକୁ ଆଫ୍ରିକା ସହିତ ସହଯୋଗ ଏବଂ ସମ୍ପର୍କର ଉଦ୍ଦେଶ୍ୟ ପୂରଣ କରିବାରେ ସହାୟତା ମିଳିପାରିବ।

Leave a Reply

Your email address will not be published. Required fields are marked *