ଛବିରେ ଖବର

ଭାରତ ଆନ୍ତର୍ଜାତିକ ବସ୍ତ୍ର ମେଳା ଉଦ୍ଘାଟିତ ଭାଗ ନେଲେ୯୫ ରାଷ୍ଟ୍ରର କ୍ରେତା ଓ ୧୧ରାଜ୍ୟର ୨୯୪ ରପ୍ତାନିକାରୀ

ନୂଆଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀର ପ୍ରଗତି ମୈଦାନରେ ବୁଧବାରଦିନ ଭାରତ ଅନ୍ତର୍ଜାତୀୟ ବସ୍ତ୍ର ମେଳା (ଆଇଆଇଜିଏଫ)କୁ ଉଦଘାଟନ କରିଛନ୍ତି ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଟାମଟା। ଏହି ଅବସରରେ ଉପସ୍ଥିତ ଦର୍ଶକଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ପ୍ରମୁଖ କ୍ଷେତ୍ର ମଧ୍ୟରେ ପୋଷାକ ଶିଳ୍ପ କ୍ଷେତ୍ର ଅନ୍ୟତମ। ଆଇଆଇଜିଏଫ ଭଳି ଏକ ବୃହତ ମଂଚରେ ବିଦେଶୀ ପୋଷାକ କ୍ରେତା ଏବଂ ପୋଷାକ ରପ୍ତାନିକାରୀ ଏକତ୍ରିତ ହୋଇପାରୁଛନ୍ତି। ଏହି ମେଳାରେ ଭାରତର ଅର୍ଦ୍ଧାଧିକ ରାଜ୍ୟରୁ ପ୍ରତିନିଧିମାନେ ଭାଗ ନେଇଛନ୍ତି। ଶ୍ରୀ ଟାମଟା କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବୟନଶିଳ୍ପ କ୍ଷେତ୍ର ପାଇଁ ଘୋଷଣା କରାଯାଇଥିବା ପ୍ୟାକେଜ ଏହି କ୍ଷେତ୍ରକୁ ବ୍ୟାପକ ଲାଭ ପହଁଚାଇଛି। ମେଳାର ଗତ ସଂସ୍କରଣରେ ୨୦୦ ନିୟୂତ ଆମେରିକୀୟ ଡଲାର ବ୍ୟବସାୟ ହୋଇଥିବା ଉଲ୍ଲେଖ କରି ମନ୍ତ୍ରୀ ସମସ୍ତ କ୍ରେତା ଏବଂ ରପ୍ତାନିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ତିନିଦିନିଆ ଅନ୍ତର୍ଜାତୀୟ ମେଳା ପ୍ରଗତି ମୈଦାନର ହଲ ନଂ ୧୧, ୧୨ ଏବଂ ୧୨ଏରେ ଆୟୋଜିତ ହେଉଛି। ଚଳିତ ସଂସ୍କରଣରେ ମୁଖ୍ୟତଃ ୟୁରୋପୀୟ ସଂଘ, ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ବଜାରକୁ ଦେଖି ଶୀତ/ବସନ୍ତ ଋତୁର ପୋଷାକ ପ୍ରଦର୍ଶନ କରାଯିବ।

ଏହି ଅବସରରେ ଉଦବୋଧନ ଦେଇ ଏଇପିସି ଅଧ୍ୟକ୍ଷ ଏଚକେଏଲ ମାଗୁ ଏହି ମେଳା ଏବଂ ଶିଳ୍ପ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆସିଥିବା ଉତ୍ସାହଜନକ ପରିବର୍ତ୍ତନକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଏହି ମେଳାର ଆକାର ଏବଂ ସୁଯୋଗ ବୃଦ୍ଧି ପାଇଛି। ଏହା ଏସିଆର ବୃହତମ ଏବଂ ସବୁଠୁ ଲୋକପ୍ରିୟ ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠି ବିଦେଶୀ ପୋଷାକ କ୍ରେତାମାନେ ନୂଆ ଉତ୍ପାଦର ସନ୍ଧାନ ପାଇପାରିବେ ଏବଂ ଭାରତର ଶ୍ରେଷ୍ଠ ପୋଷାକ ଓ ପରିଧାନ ଉଦ୍ୟୋଗୀଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରିପାରିବେ।

ଏହି ମେଳାରେ ୧୧ରାଜ୍ୟ ଗୁଜରାଟ, ହରିଆଣା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ଉତରପ୍ରଦେଶ, ପଶ୍ଚିମବଙ୍ଗ ଆଦିରୁ ୨୯୪ ଜଣ ରପ୍ତାନିକାରୀ ଯୋଗ ଦେଇଛନ୍ତି। ପ୍ରତିଭାଗୀମାନେ ମହିଳା ପୋଷାକ, ପରିଧାନ, ଶିଶୁ ପୋଷାକ ଏବଂ ପୁରୁଷ ପୋଷାକ ପ୍ରଦର୍ଶନ କରୁଛନ୍ତି। ୯୫ଟି ଦେଶ ବ୍ରାଜିଲ, ସ୍ପେନ, ଜାପାନ, ଉରୁଗୁଏ, ଇଂଲଣ୍ଡ, ହଂକଂ, ଆମେରିକା ଆଦିରୁ ଅନ୍ତର୍ଜାତୀୟ କ୍ରେତାମାନେ ଏହି ମେଳାରେ ଭାଗ ନେଇଛନ୍ତି।

ଆଇଆଇଜିଏଫର ସମସ୍ତ ତିନି ଦିନ ଦିନକୁ ଦୁଇ ଥର ଫ୍ୟାଶନ ଶୋ, ବ୍ୟବସାୟିକ ଉନ୍ନତି ପାଇଁ ପ୍ରଦର୍ଶନୀ ଆଦି ଆୟୋଜନ କରାଯାଇଛି। ଏହାଛଡ଼ା ଶ୍ରେଷ୍ଠ ଷ୍ଟଲକୁ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ଟ୍ରଫିରେ ୧୮, ଜାନୁଆରୀ ୨୦୧୮ ଦିନ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ପୋଷାକ ମେଳ ବି-ଟୁ-ବି ଶ୍ରେଣୀର ମେଳା ହୋଇଥିବା ବେଳେ ଏହା ୧୯୮୮ରେ ଆରମ୍ଭ ହୋଇଥିଲା। ଏହାକୁ ପରିଧାନ ରପ୍ତାନି ପ୍ରୋତ୍ସାହନ ପରିଷଦ (ଏଇପିସି) ପକ୍ଷରୁ ଅନ୍ତର୍ଜାତୀୟ ପୋଷାକ ମେଳା ସଂଘ ଏବଂ ୪ଟି ବୃହତ ପୋଷାକ ରପ୍ତାନି ସଂଘ-ଏପାରେଟ ଏକ୍ସପୋର୍ଟର୍ସ ଏଣ୍ଡ ମେନୁଫାକ୍ଚର୍ସ ଆସୋସିଏସନ (ଏଇଏମଏ), ଗାର୍ମେଂଟ ଏକ୍ସପୋର୍ଟର୍ସ ଆସୋସିଏସନ(ଜିଇଏ), ଦି କ୍ଲଦିଂ ମେନୁଫ୍ୟାକଚର୍ସ ଆସୋସିଏସନ ଅଫ ଇଣ୍ଡିଆ (ସିଏମଏଆଇ) ଏବଂ ଗାର୍ମେଂଟ ଏକ୍ସପୋର୍ଟର୍ସ ଅଫ ରାଜସ୍ଥାନ (ଜିଇଏଆର)ର ସହଯୋଗରେ ଆୟୋଜନ କରାଯାଉଛି। ବି-ଟୁ-ବି ମେଳାର ଉଦ୍ଦେଶ୍ୟ ହେଉଛି ଫଳପ୍ରଦ ଏବଂ ଉନ୍ନତମାନର ବ୍ୟବସାୟ କରିବା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top