ଭାରତୀ ଉତ୍ସବ ରୁ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଆରମ୍ଭ

ସମ୍ବଲପୁର, ୨/୪ (ଓଡ଼ିଆ ପୁଅ/ବ୍ୟୋମୋକୋଶ ପଣ୍ଡା) – ଭାରତୀ ସମାଜ ପକ୍ଷରୁ ୧୮ ତମ ଭାରତୀ ଉତ୍ସବ ଯୁଯୁମୁରା ବ୍ଲକ ଭବାନୀ ପାଲି ଠାରେ ପାଳନ କରାଯାଇଛି। ଏହି ଅବସରରେ ଭାରତୀ ସମାଜକୁ ୨୦୧୮ -୧୯ ବର୍ଷ ପାଇଁ ସଂକଲ୍ପ ଗ୍ରାମ ଭାବରେ ଗ୍ରହଣ କରାଯାଇଥିଲା। ଷ୍ପୋର୍ସ ୟୁଥ କ୍ଲବଭବାନୀ ପାଲି ସହଯୋଗରେ ଗ୍ରାମର ଯୁବ ଗୋଷ୍ଟୀକୁ ଅଂଚଲର ବିକାଶ ପାଇଁ ନିଜ ସାମାଜିକ ଦାୟିତ୍ୱ ନେବାପାଇଁ ସଚେତନ କରାଯିବା ସହ ଗ୍ରାମର ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ଦିଗରେ ଯୁବ ଗୋଷ୍ଠୀର ଯୋଗଦାନ ଉପରେ ଆଳୋଚନା କରାଯାଇଥିଲା। ଭାରତୀ ଉତ୍ସବରୁ ସ୍ୱଚ୍ଚ ଭବାନୀ ପାଲି ଅଭିଯାନ ମାଧ୍ୟମରେ ଗାଁର ସ୍ୱଚ୍ଚତା ଉପରେ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା। ଯୁବ ଶକ୍ତିକୁ ଗ୍ରାମର ବିକାଶ ଦିଗରେ ସଠିକ ବ୍ରବହାର ପାଇଁ ଗ୍ରାମର ଯୁବ ସଂଗଠନକୁ ସଂଗଠିତ କରିବାକୁ ଷ୍ପୋର୍ସ ୟୁଥ କ୍ଲବ ଭବାନୀ ପାଲିକୁ ଅଧିକ ସକ୍ରୀୟ କରିବାକୁ ଉତ୍ସବୋର ସ୍ଥିର କରାଯାଇଥିଲା। ଉତ୍ସବରେ ଭାରତୀ ସମାଜର ମହାସଚିବ ଅଧ୍ୟାପକ ସଂଜୀବ ନାଥ, ଜୟପାଲ ବାଗ, ପ୍ରଦ୍ୟୋତ ପଟନାୟକ ଙ୍କ ସହ ଷ୍ପୋର୍ସ ୟୁଥ କ୍ଲବର ସଭାପତି ନିଳୟ ରଂଜନ ପାତ୍ର, ଶ୍ରୀକାନ୍ତ ପଧାନ, ସୁବୋଧ ବାରିକ, ସୁବାଶିଷ ମିଦ୍ଧା, ହେମନ୍ତ ସ୍ୱାଇଁ, କାଲିଆ ସିକ୍କା, ଜୟପ୍ରକାଶ ପାତ୍ର, ଆକାଶ ସାହୁ, ପ୍ରୀତମ ପାଣିଗ୍ରାହୀ, ଜୀକୁନ ବାରିକ, ପ୍ରକାଶ ନାଏକ, ସନ୍ତୋଷ ପଧା. ସୁବ୍ରତ ସ୍ୱାଇଁ, ଜିତେନ୍ଦ୍ର, ମହେଶ ସାହୁ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ।

Leave a Reply

Your email address will not be published. Required fields are marked *