ଭାରତୀୟ ସଫ୍ଟବେସ୍ ବଲ ଦଳରେ ଓଡ଼ିଶାର ଜ୍ୟୋତି ପ୍ରକାଶ

ପୁରୀ :୨୭/୪(ଓଡ଼ିଆ ପୁଅ): ବ୍ୟାଙ୍କକକ୍ଠାରେ ଆସନ୍ତା ମେ ୧ ରୁ ୪ ପର୍ଯ୍ୟନ୍ତ ଆଯୋଜିତ ହେବାକୁ ଥିବା ଓପନ ଇଂଟରନ୍ୟାସନାଲ୍ ସଫ୍ଟବେସ ବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନିମେନ୍ତ ଓଡ଼ିଶାର ଜ୍ୟୋତି ପ୍ରକାଶ ସାହୁ ଭାରତୀୟ ସଫ୍ଟବେସବଲ ଦଳରେ ସାମିଲ କ୍ରୀଡ଼ା ଇତିହାସରେ ଏକ ନୂତନ ଫର୍ଦ୍ଦ ଜୋଡ଼ି ଅଛନ୍ତି। ଜ୍ୟୋତି ପ୍ରକାଶ ସାହୁଙ୍କ ଏହି ଅଭୂତ ପୂର୍ବ କୃତୀତ୍ୱ ପାଇଁ ଅଭିନନ୍ଦନରେ ସୁଅ ଛୁଟିଛି।

ଜ୍ୟୋତି ପ୍ରକାଶ ଭାରତରେ ପ୍ରତିନିଧିତ୍ୱ କରିବାର ଅବସରରେ ଏବଂ ତାଙ୍କର ଥାଇଲାଣ୍ଡ୍ ଅଭିମୁଖେ ଯାତ୍ରା ପୂର୍ବରୁ ସଫ୍ଟବେସବଲ ଆସୋସିଏସନ୍ ଏବଂ ଝାଡ଼େଶ୍ୱରୀ କ୍ଲବ ପରିସରରେ ଏକ ବର୍ଣ୍ଣାଢ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ସଭାରେ ସଂଘ ଉପଦେଷ୍ଟା କୃଷ୍ଣ୍ର ଚନ୍ଦ୍ର ସଂପାଦକ ଜିତେନ୍ଦ୍ର ନାଥ ଦାସ୍ ଯୁଗ୍ମ ସଂପାଦକ ମଳୟ କୁମାର ନାୟକ ଓ କୋଷାଧକ ସତୀକାନ୍ତ ପଟ୍ଟନାୟକ ପ୍ରମୁଖ ସଂଘର ସମସ୍ତ କର୍ମକର୍ତା ଏବଂ ବହୁ କ୍ରୀଡ଼ାବିତ ଏହି ବିଦାୟ କଳୀନ ସମ୍ବର୍ଦ୍ଦନା ଉତ୍ସବରେ ଉପସ୍ଥିତ ରହି ଓଡ଼ିଶାର ଗର୍ବ ଏବଂ ଗୌରବ ଜ୍ୟୋତି ପ୍ରକାଶ ସାହୁଙ୍କ ଭୂୟସୀ ପ୍ରଶଂସା କରିବା ସହିତ ବିପୂଳ ଅଭ୍ୟର୍ଥନା ଜ୍ଞାପନ କରିଥିଲେ। ଏତଦବ୍ୟତୀତ ଏହି ଅତୀବ ଆନନ୍ଦ ଓ ଉଲ୍ଲସିତ ସମାରୋରେ ପୁରୀ ସଫ୍ଟବେଶସବଲ ସଂଘ ଏବଂ ଅଲମ୍ପିକ ଓଡ଼ିଶା ତଥା ବହୁ କ୍ରୀଡ଼ା ଅନୁଷ୍ଠାନ ତରଫରୁ ମଧ୍ୟଜ୍ୟୋତି ପ୍ରକାଶଙ୍କୁ ଶୁଭେଛା ପ୍ରଦାନ ପୂର୍ବକ ଶୁଭଯାତ୍ରା ଏବଂ ସପଳତା କାମନା କରାଯାଇଛି।

Leave a Reply

Your email address will not be published. Required fields are marked *