ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଜିଲ୍ଲା ସ୍ତରୀୟ କର୍ମଶାଳା

ଢେଙ୍କିକୋଟ, ତା୦୧/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଶ୍ରୀଗୁରୁକୁଳ ଶିଷ୍ୟା ପରିସରରେ ଆଜି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ପକ୍ଷରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ର ଆଚାର୍ଯ୍ୟ ଆଚାର୍ଯ୍ୟା ପରିଚାଳନା ସମିତି ସଭ୍ୟ ମାନଙ୍କୁ ନେଇ ଏକ ବିଶାଳ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ପ୍ରତିଷ୍ଠାତା ତଥା ସଂପାଦକ ଡକ୍ଟର କରୁଣାକର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଗୁରୁକୁଳ ନିର୍ଦ୍ଦେଶକ ଇଂ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷା ବିକାଶ ସଂସ୍ଥାନର ଉତ୍ତର ଓଡିଶା ନିରିକ୍ଷକ ଦେବେନ୍ଦ୍ର କୁମାର ମହାଳିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଉଦଘାଟନ କରିବା ସହ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଗଠନମୂଳକ କାର୍ଯ୍ୟର ବେଶ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର , ଶିକ୍ଷା ବିକାଶ ସଂସ୍ଥାନର ପ୍ରାଦେଶିକ ନିରିକ୍ଷକ ଏକାଦଶୀ ଜେନା , ଉତ୍ତର କ୍ଷେତ୍ର ସହସଂପାଦକ ଆଲୋକ ପ୍ରଭା ମହାନ୍ତି ପ୍ରମୁଖ ଯୋଗ ଦେଇ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକ କିପରି ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ସେନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୬୦ ଟି ବିଦ୍ୟାଳୟ ରୁ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *