ଜିଲ୍ଲା ପରିକ୍ରମା

ଭାରତୀୟ ମଜଦୁର ସଂଘର ଉପଖଣ୍ଡ ସ୍ତରୀୟ ବୈଠକ

ରାୟଗଡା ତା: ୨୬/୦୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ହାଟଶେଷଖାଲ ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟରେ ଭାରତୀୟ ମଜଦୁର ସଂଘର ଉପଖଣ୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମଜଦୁର ସଂଘ ଜିଲ୍ଲା ସଭାପତି ଯୋଗେଶ୍ବର ଦାସ ସଭାପତିତ୍ବରେ ଜିଲ୍ଲାର ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଯେଉଁ ସବୁ ସୁବିଧା ସୁଯୋଗ ରହିଛି ତାହାର କିପରି ପ୍ରତିଫଳନ ହେବ ଆଲୋକପାତ କରିଥିଲେ। ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଜିଲ୍ଲା ଶ୍ରମ କାର୍ଯ୍ଯାଳୟ ତରଫରୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ମୂୂଖ୍ୟ ଅତିଥି ରାୟଗଡା ଉପଜିଲ୍ଲାପାଳ ପ୍ରବୀଣ କୁମାର ନାୟକ, ସମ୍ମାନୀୟ ଅତିଥି ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ, ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ ଓ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏହି ବୈଠକରେ ଅଙ୍ଗନଓ୍ବାଡି ସଂଘ, ବ୍ଯବସାୟୀକ ମଜଦୁର ସଂଘ, ଓଡ଼ିଆ ଆଶା କର୍ମୀ ସଂଘ, ଓଡିଶା କୋଠାବାଡ଼ି ସଂଘ ସହ ବିଭିନ୍ନ ସଂଗଠନ ଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top