ଭାରତୀୟ ଭୂଆସ୍ତରଣ ଅବବାହିକା କ୍ଷେତ୍ରର ୪୮,୨୪୩ ଲାଇନ କିଲୋମିଟର ଅଂଚଳରେ ଅଣଆକଳିତ ତଥ୍ୟ ଆହରଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଭାରତୀୟ ଭୂଆସ୍ତରଣ ଅବବାହିକା କ୍ଷେତ୍ରରେ ଏବେ ସୀମିତ ତଥ୍ୟ ଉପଲବ୍ଧ ହେଉଛି। ଏହି ପରିପ୍ରେକ୍ଷୀରେ ୪୮ ହଜାର ୨୪୩ ଲାଇନ୍ କିଲୋମିଟର ଦୀର୍ଘ ଅଂଚଳର ୨ଡି ଭୂକମ୍ପ ତଥ୍ୟ ହାସଲ ପାଇଁ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଅଣଆକଳିତ ଭୂଆସ୍ତରଣରେ ସର୍ଭେ କାର୍ଯ୍ୟ ପାଇଁ ଅଧିକ ତଥ୍ୟ ଉପଲବ୍ଧ ହୋଇପାରିବ। କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କମିଟି ଆଜି ଏହି ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବିଷୟରେ ବ୍ୟାପକ ଆଲୋଚନା  କରାଯାଇଥିଲା। ତଦନୁସାରେ ଭାରତ ଭୂଆସ୍ତରଣ ଅବବାହିକାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଜରିଆରେ ୪୮୨୪୩ ଲାଇନ୍ କିଲୋମିଟର ଅଂଚଳରେ ୨ଡ଼ି ଭୂକମ୍ପନ ତଥ୍ୟାବଳୀ ସଂଗ୍ରହ କରାଯିବ। ଏହି ପ୍ରକଳ୍ପ ତୈଳ ଓ ବାଷ୍ପ ଉତ୍ପାଦନ କ୍ଷେତ୍ରରେ ଘରୋଇ ନିବେଶ ବୃଦ୍ଧି ଦିଗରେ ବିଶେଷ ଭାବେ ସହାୟକ ହେବ।

ରାଷ୍ଟ୍ରାୟତ ତୈଳ ସଂସ୍ଥା ଯଥା ଅଏଲ ଇଣ୍ଡିଆ ଲିମିଟେଡ଼, ଅଏଲ ଏଣ୍ଡ ନେଚୁରାଲ ଗ୍ୟାସ୍ କର୍ପୋରେସନ୍ (ଓଏନଜିସି) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଓଆଇଏଲ ପୂର୍ବାଂଚଳ ରାଜ୍ୟମାନଙ୍କରେ ଏହି ସର୍ଭେ କାର୍ଯ୍ୟ କରିବା ବେଳେ ଓଏନଜିସି ଉତର ପୂର୍ବାଂଚଳ ରାଜ୍ୟମାନଙ୍କରେ ନିଜ କାର୍ଯ୍ୟ ସଂପାଦନ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ମୋଟ ୨୪ଟି ରାଜ୍ୟରେ ସର୍ଭେ କରାଯିବ। ଏଥିପାଇଁ ମୋଟ ୨୯୩୨.୯୯ କୋଟି ଟଙ୍କା ପାଂଚ ବର୍ଷରେ ବ୍ୟୟ କରାଯିବ।

ପ୍ରାଥମିକ ଭାବେ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗମାନେ ସେମାନଙ୍କ ନିଜସ୍ୱ ସୂତ୍ରରୁ ଏହି ବ୍ୟୟଭାର ବହନ କରିବେ ଯାହା ପରବର୍ତୀ ପର୍ଯ୍ୟାୟରେ ସରକାର ଭରଣା କରିବେ। ସମସ୍ତ ସର୍ଭେ କାର୍ଯ୍ୟ ୨୦୧୯-୨୦ ମସିହା ସୁଦ୍ଧା ଶେଷ ହେବ ଏବଂ ଏହି କାର୍ଯ୍ୟ ପ୍ରଗତିକୁ ହାଇଡ଼୍ରୋକାର୍ବନ ନିଦେ୍ର୍ଦଶାଳୟ ପ୍ରତି ମାସରେ ସମୀକ୍ଷା କରିବେ।

Leave a Reply

Your email address will not be published. Required fields are marked *