ଜିଲ୍ଲା ପରିକ୍ରମା

ଭାରତୀୟ ବିଦ୍ୟା ନିକେତନର ବିଜ୍ଞାନ ମେଳା

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଧାମରା ନିକଟସ୍ଥ ବିଜୟ ପାଟଣା ସ୍ଥିତ ଭାରତୀୟ ବିଦ୍ୟା ନିକେତନର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ମେଳାରେ ବିଦ୍ୟାଳୟର ସଂପାଦକ ଗୌରାଙ୍ଗ ବିଶ୍ୱାଳ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବେ କୁଆମରା କ୍ଲଷ୍ଟରର ସିଆରସିସି ଅନୁପ କୁମାର ଦାସ, ସମ୍ମାନୀତ ଅଥିଥି ଭାବେ ପ୍ରଧାନ ଶିକ୍ଷକ ସୁକୁମାର ଜାନା ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଦୈନଦିନ ଜୀବନରେ ବିଜ୍ଞାନର ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷକ ଗୋରାଚାନ୍ଦ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ରମେଶଚନ୍ଦ୍ର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୧୪୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରକଳ୍ପ ଗୁଡିକ ମୂଲ୍ୟାୟନ ନିମନ୍ତେ ବିଜ୍ଞାନ ଶିକ୍ଷକ ଅରୁପାନନ୍ଦ ମଣ୍ଡଳ, ଶିବ କୁମାର ମାଝୀ, ଆଶିଷ ରାଉତ, ସୁଦର୍ଶନ ବେହେରା, ଅମରେନ୍ଦ୍ର ସ୍ୱାଇଁ ଓ ଦେବାନନ୍ଦ ମହାରଣା ସହଯୋଗ କରିଥିଲେ। ଉଦଯାପନୀ ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ବିବେକାନନ୍ଦ ମାଝୀ, ଶୁଭାଶୀଷ ଦାସ, ଗୌରାଙ୍ଗ ମହାଳିକ ଓ ନନ୍ଦ କିଶୋର ମୁର୍ମୁଙ୍କୁ ମାନପତ୍ର ସହ ପୁରଷ୍ଟାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁଜୀ ତାପସ ଗିରି, ରାମେଶ୍ୱର ଗିରି, ମାନସ ମାଝୀ, ବସନ୍ତ ମହାଳିକ, ବଂଶୀ ମୋହନ ପଣ୍ଡା, ବଳରାମ ସାମନ୍ତ, ଓ ଗୁରୁମା ଶାନ୍ତିଲତା ମହାଳିକ, ଶ୍ରାବଣୀ ଦାସ, କାଦମ୍ବିନୀ ଗିରି, ସବିତା ମାଝୀ, ପୂର୍ଣିମା ରାଉତ, ଅର୍ପିତା ବିଶ୍ୱାଳ, ସୂର୍ଯ୍ୟକାନ୍ତୀ ବେହେରା, ସୁମନା ଆଚାର୍ଯ୍ୟ, ରଶ୍ମିତା ବିଶ୍ୱାଳ, ସୀମା ଦାସ, ପ୍ରତିମା ମହାନ୍ତି, ପ୍ରମିଳା ନାୟକ ଓ ମନ୍ଦାକିନୀ ଗିରି ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top