ଓଡ଼ିଶା

ଭାରତୀୟ ପ୍ରତିରକ୍ଷା ବିଭାଗର ଅଗ୍ନି-୫, ର ୬ଷ୍ଠ ସଂସ୍କରଣ ସଫଳ ପରୀକ୍ଷଣ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ଦିନ ୯.୪୮ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସୁଦୀର୍ଘ ଚାଇନା ଏବଂ ରୁଷିଆକୁ ଲକ୍ଷ୍ୟଭେଦ କରିପାରୁଥିବା ଏବଂ ଚାଇନାର ଡଙ୍ଗପେଙ୍ଗ କ୍ଷେପଣାସ୍ତ୍ରକୁ ଟକ୍କର ଦେବା ଭଳି ଏହି ଅଗ୍ନି -୫ କ୍ଷେପଣାସ୍ତ୍ର ୫୦୦୦କି.ମି ଲକ୍ଷ୍ୟଭେଦ କରିପାରିବ ବୋଲି ଡିଆରଡିଓ କର୍ତୁପକ୍ଷ କହୁଥିବା ବେଳେ ଏହାର ପ୍ରକୃତ ଲକ୍ଷ୍ୟଭେଦ ୫ହଜାର ମାଇଲ ଅର୍ଥାତ ୮ହଜାର କି.ମି ବୋଲି ଚୀନ କର୍ତିପକ୍ଷ ମତ ପ୍ରକାଶ କରିଛନ୍ତି। ଏହି କ୍ଷେପଣାସ୍ତ୍ର ଲମ୍ବ ୧୭ମିଟର, ମୋଟେଇ ୨ମିଟର, ଓଜନ ୫୦ଟନ ହୋଇଥିବା ବେଳେ ଏହା ୧.୧ଟନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି ବୋଳି ବିଭାଗୀୟ କର୍ତୁପକ୍ଷଙ୍କ ନିକଟରୁ ପ୍ରକାଶ। ଅଗ୍ନି-୫ କ୍ଷେପଣାସ୍ତ୍ର ୩ଷ୍ଟେଜ ବିଶିଷ୍ଟ କଠିନ ଇନ୍ଧନ ଯୁକ୍ତ। ପ୍ରଥମ ଷ୍ଟେଜ ନିଆଁ ଧରିବାର ୬୦ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ଷ୍ଟେଜ ଏବଂ ୧୮୦ସେକେଣ୍ଡ ମଧ୍ୟରେ ତୃତୀୟ ଷ୍ଟେଜ କଠିନ ଇନ୍ଧନ ନିଆଁ ଧରିଥାଏ। ଆଜି ଏହି କ୍ଷେପଣାସ୍ତ୍ର ଦିନ ୯.୪୮ ମିନିଟରେ ହୋଇଥିବା ବେଳେ ୧୨ମିନିଟ ସମୟ ମଧ୍ୟରେ ଏହା ଲକ୍ଷ୍ୟ ଭେଦ କରିପାରିଥିଲା। ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଚାଇନା, ରୁଷିଆ, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ବେଜିଂ, ହଂଗକଂଗ, ବ୍ୟାଙ୍ଗକ, ଜାକର୍ତା ଏବଂ ଟୋକିଓ କୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ।ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିରୁ ୪ନଂ ଲଂଚପ୍ୟାଡରୁ କରାଯାଇଥିଲା। ଏହା ରୋଡ ଏବଂ ରେଳ ଲଂଚପ୍ୟାଡରୁ ମୋବାଇଲ ଲଂଚର ଯୋଗେ ପରୀକ୍ଷଣ କରାଯାଇ ପାରିବ। ଆଜି ସକାଲ ୯.୪୮ ମିନଟ ସମୟରେ ଅଗ୍ନି -୫କ୍ଷେପଣାସ୍ତ୍ର ର ୬ଷ୍ଠ ସଂସ୍କରଣ ପରୀକ୍ଷା କରାଯାଇଥିଲା। ଏହାର ପ୍ରଥମ ପରୀକ୍ଷା ୧୯ଏପ୍ରିଲ ୨୦୧୨, ଦ୍ୱିତୀୟ ପରୀକ୍ଷଣ ୧୫ ସେପ୍ଟମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫ ଏବଂ ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬ରେ, ଏବଂ ୫ମ ପରୀକ୍ଷଣ ୧୮ଜନୁଆରୀ ୨୦୧୮ରେ ସଫଳତାର ସହ ହୋଇଥିଲା। ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ ସ୍ୱଦେଶୀ ଞାନ କୌଶଳରେ ନିର୍ମିତ। ଏହି କ୍ଷେପଣାସ୍ତ୍ର ୫୦କୋଟି ଟଙ୍କାବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ବେଳେ ଆଜିର ଏହି ପରୀକ୍ଷଣ ଭାରତୀୟ ସ୍ଥଳ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା ହୋଇଥିବା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top