ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗକୁ ଉଚିତ ସ୍ୱରୂପ/ଆକାର ଦେବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ୪-୪ (ଓଡ଼ିଆ ପୁଅ) ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗ(ସିସିଆଇ)ରେ ପୂର୍ବରୁ ଜଣେ ଅଧ୍ୟକ୍ଷ ଏବଂ ୬ ଜଣ ସଦସ୍ୟଙ୍କୁ ମିଶାଇ ମୋଟ ୭ ଜଣ ପଦବୀଧାରୀ ଥିଲେ। ଏଥିମଧ୍ୟରୁ ଦୁଇଟି ପଦବୀ ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ନଦେବା ଏବଂ ଆଉ ଏକ ଅତିରିକ୍ତ ପଦବୀ, ଯାହା ଆସନ୍ତା ଅକ୍ଟୋବରରେ ଖାଲି ହେବାର ଥିଲା, ଏହାକୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଫଳରେ ସିସିଆଇରେ ଏଣିକି ଜଣେ ଅଧ୍ୟକ୍ଷ ଏବଂ ୩ ଜଣ ସଦସ୍ୟଙ୍କୁ ମିଶାଇ ମୋଟ ୪ ଜଣ ପଦବୀଧାରୀ ରହିବେ। ସିସିଆଇର ଉଚିତ ଆକାର ପ୍ରଦାନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି।

ଲାଭ : ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ୱାରା ସିସିଆଇରେ ତିନୋଟି ପଦବୀର ଉଚ୍ଛେଦ ହୋଇପାରିବ। ଏହା ସରକାରଙ୍କ ଲକ୍ଷ୍ୟ “ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନକୁ ପୂରଣ କରିବ।

ଦେଶରେ ମିଶ୍ରଣ ଏବଂ ସମ୍ମିଶ୍ରଣ ପ୍ରକ୍ରିୟାକୁ ସହଜ କରିବା ଲାଗି ସରକାରଙ୍କର ଲକ୍ଷ୍ୟର ଅଂଶବିଶେଷ ସ୍ୱରୂପ ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ରେ ସର୍ବନିମ୍ନ ସ୍ତରରେ ସଂଶୋଧନ ଆଣିଥିଲେ। ଯାହା ସମସ୍ତ ପ୍ରକାରର ମିଶ୍ରଣ ଏବଂ କମ୍ପୁ୍ୟଟିଂ ସମ୍ପତି ଓ ଏପରି ମିଶ୍ରଣର ଲକ୍ଷ୍ୟରେ ସମ୍ପୃକ୍ତ କାରବାରର ବ୍ୟବସ୍ଥା ପ୍ରତି ଲାଗୁ ହୋଇଥିଲା। ଏହା ଏବେ ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇଛି। ଏହାଫଳରେ କୌଣସି ପ୍ରକାରର ମିଶ୍ରଣରେ ପ୍ରବେଶ କରିବା ପୂର୍ବରୁ ଆୟୋଗଙ୍କ ନିକଟରେ ଉଦ୍ୟୋଗଗୁଡ଼ିକୁ ଯେଉଁ ନୋଟିସ ଦାଖଲ କରିବା ବାଧ୍ୟତାମୂଳକ ଥିଲା ତାହା ଏବେ ହ୍ରାସ ପାଇଛି। ଫଳରେ ଆୟୋଗଙ୍କ କାର୍ଯ୍ୟଭାର କମିଛି।

ଶୁଣାଣି ଶୀଘ୍ର ହେଉଥିବାରୁ ଅନୁମୋଦନ ମଧ୍ୟ ଶୀଘ୍ର ହେଉଛି। ଯାହା କର୍ପୋରେଟମାନଙ୍କ ବ୍ୟବସାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଏହାଦ୍ୱାରା ଦେଶରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇଛି।

ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ୱାରା ଆୟୋରେ ତିନୋଟି ପଦବୀ ହ୍ରାସ ପାଇବ। ଯାହା ସରକାରଙ୍କ ଲକ୍ଷ୍ୟ “ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ”କୁ ପୂରଣ କରିପାରିବ।

Leave a Reply

Your email address will not be published. Required fields are marked *